ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ ମଲିକ

0 95

ଭାରତ ଟସ୍‌ ଜିତି ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫାଷ୍ଟ ବୋଲର ଉମ୍ରାନ ମଲିକ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଭାରତ ସେ ୯୮ ତମ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି । ସେହିପରି କନୋର ଓଲଫର୍ଟ ଆୟର୍ଲାଣ୍ଡ ପାଇଁ ଡେବ୍ୟୁ କରିଛନ୍ତି । ଦଳରେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିନଥିବା ବେଳେ ଦୀପକ ହୁଡ୍ଡାଙ୍କୁ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଦ.ଆଫ୍ରିକା ସିରିଜରେ ଖେଳିଥିବା ହର୍ଷଲ ପଟେଲଙ୍କୁ ଏହି ମ୍ୟାଚ୍‌ରେ ସାମିଲ କରାଯାଇନାହିଁ । ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି ।

hiring

ଆୟର୍ଲାଣ୍ଡ ଦଳ-ପଲ୍‌ ଷ୍ଟିରଲିଂ, ଆଣ୍ଡ୍ରିୟୁ ବଲବର୍ନି (ଅଧିନାୟକ), ଗାରେଥ ଡେଲାନି, ହ୍ୟାରି ଟେକ୍ଟର, ଲୋରକାନ୍‌ ଟକର୍‌ (ଉଇକେଟ କିପର), ଜର୍ଜ ଡକ୍ରେଲ, ମାର୍କ ଆଡେୟାର, ଆଣ୍ଡି ମ୍ୟାକବ୍ରାଇନ୍‌, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, କନୋର ଓଲଫର୍ଟ
ଭାରତୀୟ ଦଳ-ରୁତୁରାଜ ଗାଇକୱାଡ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ (ଉଇକେଟ କିପର), ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଉମ୍ରାନ ମଲିକ

hiranchal ad1
Leave A Reply

Your email address will not be published.

18 − nine =