୧୨ ଭେନ୍ୟୁରେ ଖେଳାଯିବ ୨୦୨୭ ଦିନିକିଆ ବିଶ୍ବକପ୍‌

0 61

ଦୁବାଇ: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାର ୧୨ଟି ଭେନ୍ୟୁରେ ଆଗାମୀ ୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳାଯିବ। ୫୦ ଓଭରିଆ ଏହି ବିଶ୍ବ କ୍ରିକେଟ୍‌ ପ୍ରତିଯୋଗିତା ୨୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ଫେରିଥିଲା ବେଳେ ଜୋହାନେସ୍‌ବର୍ଗରେ ଏକ ଭବ୍ୟ ଉତ୍ସବରେ ଆଗାମୀ ସଂସ୍କରଣ ଲାଗି ଆଇସିସି ଭେନ୍ୟୁ ଘୋଷଣା କରିଥିଲା। ଏହି ଅବସରରେ ପ୍ରତିଯୋଗିତାର ଆନୁଷ୍ଠାନିକ ବ୍ରାଣ୍ଡ ପରିଚୟ ‘ତିନି ରାଷ୍ଟ୍ର, ଏକ ହୃତ୍‌ସ୍ପଦନ’ (୩ ସହଆୟୋଜକ ରାଷ୍ଟ୍ର ମଧ୍ୟରେ ଥିବା ଏକତା) ଘୋଷଣା କରାଯାଇଥିଲା।
ପୂର୍ବରୁ ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଅଷ୍ଟମ ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ ଆୟୋଜିତ ହୋଇଥିଲା। ଆଗାମୀ ୧୪ତମ ସଂସ୍କରଣରେ ୧୪ ଦଳ ମୋଟ୍‌ ୫୭ ମ୍ୟାଚ୍‌ ଦକ୍ଷିଣ ଅଫ୍ରିକାର ୮, ଜିମ୍ବାୱେର ୩ ଏବଂ ନାମିବ୍ୟାର ଗୋଟିଏ ଭେନ୍ୟୁରେ ଖେଳିବେ। ‌ଭେନ୍ୟୁଗୁଡ଼ିକ ହେଲା ଜୋହାନେସ୍‌ବର୍ଗ, ସେଞ୍ଚୁରିଅନ୍‌, କେପ୍‌ଟାଉନ, ଡର୍ବାନ, ଗ୍ବେବେରା, ବ୍ଲୋଏମ୍‌ଫୋଣ୍ଟେନ୍‌, ପର୍ଲ, ବୁଫାଲୋ ପାର୍କ (ଦକ୍ଷିଣ ଆଫ୍ରିକା), ହରାରେ, ବୁଲୱାୟୋ, ଭିକ୍ଟୋରିଆ ଫଲ୍‌ସ (ଜିମ୍ବାୱେ) ଏବଂ ନାମିବ୍ୟା ରାଜଧାନୀ ୱିଣ୍ଡହୋଏକ।
୨୦୨୭ ସଂସ୍କରଣ କ୍ୟାମ୍ପେନ୍‌ ଆଫ୍ରିକୀୟ ଦର୍ଶନ ‘ଉବୁଣ୍ଟୁ’-‘ମୁଁ ଅଛି, କାରଣ ଆମେ ଅଛୁ’ ଏବଂ ‘ମେକ୍‌ ଦ ସର୍କଲ ବିଗର’-‘ବୃତ୍ତକୁ ବଡ଼ କରନ୍ତୁ’ ଥିମ୍‌ରେ କରାଯିବ। ଏହି ଥିମ୍‌ ସ୍ଥାନୀୟ ଅଞ୍ଚଳର ୨୯ଟି ସରକାରୀ ସ୍ୱୀକୃତିପ୍ରାପ୍ତ ଭାଷାକୁ ନେଇ କରାଯାଇଛି। ପ୍ରତିଯୋଗିତାର ଲୋଗୋ ପାରମ୍ପରିକ ଆଫ୍ରିକୀୟ ତାର ବାଉଲ ଅନୁଯାୟୀ କରାଯାଇଛି। ଏହାର ରଙ୍ଗ ପ୍ୟାଲେଟରେ ଜିମ୍ବାୱେ ଚିଲି, ଆଫ୍ରିକୀୟ ରୁଟ୍, ଫିନବୋସ୍ ପପ୍, ନାମିବ୍ୟା ଡୁନ୍, ହରାରେ ଡନ୍ ଏବଂ ଦୁଇ ସମୁଦ୍ରର ସେଡ୍‌ସ ରହିଛି। ଗୁରୁବାର ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଯୋଗ ଗୁପ୍ତାଙ୍କ ସହ କ୍ରିକେଟ୍‌ ତାରକା ‌ଗ୍ରେମ୍‌ ସ୍ମିଥ୍‌, ମାଖୟା ଏନ୍‌ଟିନି, ହାସିମ ଆମ୍‌ଲା, ତେମ୍ବା ବଭୂମା, କାଗିସୋ ରବଡ଼ା, ହାମିଲଟନ୍‌ ମାସାକାଦ୍‌ଜା ଓ ରୁଡୋଲ୍‌ଫ ଜାନ୍‌ସେନ୍‌ ଭାନ୍‌ ଭୁରେନ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

19 + three =