ସୂର୍ଯ୍ୟ ଯୁଗ ଶେଷ ; ଆୟର ନୂଆ ଟି-ଟ୍ୱେଣ୍ଟି ଅଧିନାୟକ, ବୈଭବକୁ ସୁଯୋଗ

0 66

ନୂଆଦିଲ୍ଲୀ,୦୬/୦୬; ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱ ଚାମ୍ପିଅନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ବିସିସିଆଇ ନୂଆ ନେତୃତ୍ୱ ଚୟନ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ଟ-ଟ୍ୱେଣ୍ଟି ଦଳର ଅଧିନାୟକ କରାଯାଇଛି । ତିଲକ ବର୍ମାଙ୍କୁ ଉପ-ଅଧିନାୟକ କରାଯାଇଛି । ଏହା ସହିତ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କର ଟିମ୍ ଇଣ୍ଡିଆରେ ଏଣ୍ଟ୍ରୀ ହୋଇଛି । ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ସେହିପରି ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏସୀୟ କ୍ରୀଡ଼ା ।
ଭାରତୀୟ କ୍ରିକେଟରେ ଟି-୨୦ ଦଳର ଅଧିନାୟକତ୍ୱକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ଶ୍ରେୟାସ ଆୟରଙ୍କୁ ଭାରତୀୟ ଟି-୨୦ ଅଧିନାୟକ ନିଯୁକ୍ତ କରାଯିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ତାହା ସତ ହୋଇଛି । ଏହାକୁ ଭାରତୀୟ କ୍ରିକେଟର ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । କିଛି ସମୟ ଧରି ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ ଏବଂ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଥିଲା । ଟି-୨୦ ବିଶ୍ୱକପ୍ ଏବଂ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନଥିଲା । ଆଇପିଏଲରେ ବି ଖାସ୍ ପ୍ରଦର୍ଶନ ନଥିଲା । ଏସବୁକୁ ବିଚାର କରି, ଦଳ ଚୟନକର୍ତ୍ତାମାନେ ଅର୍ଥାତ୍ ଦଳ ଜଣେ ନୂତନ ଅଧିନାୟକ ଖୋଜିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରେୟାସ ଆୟର ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ସେ ପୂର୍ବରୁ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଦଳର ଅଧିନାୟକତ୍ୱ କରିଛନ୍ତି । ଗ୍ରାଉଣ୍ଡରେ ଚାପରେ ସଠିକ୍ ନିଷ୍ପତ୍ତି ନେବାରେ ତାଙ୍କ ପାଖରେ ଦକ୍ଷତା ଅଛି । ଏହି ପରିଚାଳନା ଦକ୍ଷତା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଇଛି ।

hiring

ସୂର୍ଯ୍ୟକୁମାର ଯାଦବ ପ୍ରଥମ ଅଧିନାୟକ ଯିଏକି ICC ଟ୍ରଫି ଜିତିବା ପରେ ସିଧାସଳଖ ଅଧିନାୟକ ପଦରୁ ଏବଂ ଦଳରୁ ବହିଷ୍କାର ହୋଇଛନ୍ତି । ହୁଏତ ସୂର୍ଯ୍ୟଙ୍କ ଭାଗ୍ୟ ଖରାପ । ସେ ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ କିନ୍ତୁ ତାଙ୍କୁ ଏହି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।

hiranchal ad1
Leave A Reply

Your email address will not be published.

19 + 4 =