ରାଗିକି ପଳେଇଥିଲେ, ଏବେ ଫେରିବାକୁ ଉଚ୍ଛନ୍ନ

0 101

ଦୁବାଇ : ଚେନ୍ନାଇର ଷ୍ଟାର୍‌ ଅଲରାଉଣ୍ଡର ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ନଖେଳି ଦୁବାଇରୁ ଚାଲି ଆସିଥିଲେ । ତେବେ ରାଇନା କେବେ ଫେରିବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ରାଇନା ଫେରିବେ ନା ନାହିଁ ତାହା ସ୍ପଷ୍ଟ କରିଛନ୍ତି ଦଳର ସିଇଓ କାଶୀ ବିଶ୍ୱନାଥନ ।
ଉଦଘାଟନୀ ମ୍ୟାଚ୍‌ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗସକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଦଳ ପ୍ରଥମେ ରାଜସ୍ଥାନ ରୟାଲ୍ସ ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଛି । ତେବେ ଏହାପରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ତେବେ ରାଇନାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର ଆସିନପାରେ । ବିଶ୍ୱନାଥନ ଏଯାଏଁ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ କିଛି ଭଲ ଖବର ଦେଇନାହାଁନ୍ତି । ଚଳିତ ସିଜିନରେ ରାଇନାଙ୍କ ଖେଳିବା ସମ୍ଭାବନା କମ୍‌ ରହିଛି ।
ବିଶ୍ୱନାଥନ କହିଛନ୍ତି ଯେ, ରାଇନା ନିଜେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ଦଳ ସମ୍ମାନ କରେ ।ଏଥିରୁ ରାଇନାଙ୍କ ଫେରିବା ବାଟ ବନ୍ଦ ବୋଲି ଜଣା ପଡୁଛି ।
ରାଇନାଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଉଛି । କାରଣ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ଏହି ସ୍ଥାନ ଆଉ କେହି ଭରଣ କରିପାରୁ ନାହାଁନ୍ତି ।ତେବେ ଫାପ୍‌ ଡୁପ୍ଲେସିସ୍‌ ଏହି ସ୍ଥାନରେ ଭଲ ବ୍ୟାଟିଂ କରୁଥିଲେ ବି ଦଳ ବିଜୟଲାଭ କରିପାରୁ ନାହିଁ ।

hiranchal ad1
Leave A Reply

Your email address will not be published.

nineteen − twelve =