ଭାରତ-ପାକିସ୍ତାନ ମ୍ୟାଚ୍‌ କ’ଣ ପାଇଁ ହୋଇପାରୁନି ମୁହଁ ଖୋଲିଲେ ଆଫ୍ରିଦି

0 80

ନୂଆଦିଲ୍ଲୀ : ଭାରତ ପାକିସ୍ତାନ ମଧ୍ୟରେ ଗତ ୧୩ ବର୍ଷ ହେଲା କୌଣସି ଟେଷ୍ଟ ସିରିଜ ହୋଇନାହିଁ । ଶେଷଥର ୨୦୦୭ ମସିହାରେ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ହୋଇଥିଲା । ଭାରତ ଏହି ସିରିଜ ୧-୦ରେ ଜିତିଥିଲା । ଏହାସହ ଉଭୟ ଟିମ ମଧ୍ୟରେ ଗତ ୭ ବର୍ଷ ହେଲା ଏକଦିବସୀୟ ଦ୍ୱିପାକ୍ଷିକ ସିରିଜ୍‌ ହୋଇନାହିଁ । ୨୦୧୩ ମସିହାରେ ପାକିସ୍ତାନ ଟିମ ଭାରତକୁ ଆସିଥିଲା । ପାକିସ୍ତାନ ସେହି ସିରିଜରେ ୨-୧ରେ ଜିତିଥିଲା । ଏହାକୁ ନେଇ ପାକିସ୍ତାନୀ କ୍ରିକେଟର୍ସଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ସାମ୍ନାକୁ ଆସିଥାଏ । ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଏକ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେପର୍ଯ୍ୟନ୍ତ ଭାରତରେ ମୋଦି ସରକାର ରହିବ ସେପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍‌ ହୋଇପାରିବନାହିଁ । ସେ କହିଛନ୍ତି ପାକିସ୍ତାନ କ୍ରିକେଟର୍ସ ଆଇପିଏଲ ମିସ୍‌ କରୁଛନ୍ତି । ଆଫ୍ରିଦିଙ୍କ କହିବାନୁସାରେ, ପାକିସ୍ତାନର ଯୁବ କ୍ରିକେଟରମାନେ ଏହି ଲିଗରେ ଖେଳିବା ଦ୍ୱାରା ବହୁତ ଲାଭବାନ ହୋଇଥାନ୍ତେ ।
ଏକ ଘରୋଇ ଚ୍ୟାନେଲ୍‌ ସହ କଥାବାର୍ତ୍ତାରେ ଆଫ୍ରିଦି କହିଛନ୍ତି ଯେ, ପାକିସ୍ତାନ ସରକାର ସବୁବେଳେ ଭାରତ ସହ କ୍ରିକେଟ ଖେଳିବାକୁ ପ୍ରସ୍ତୁତ । କିନ୍ତୁ ଭାରତରେ ବର୍ତ୍ତମାନ ଶାସନାଧୀନ ସରକାର ଥିବାବେଳେ ଦୁଇ ଦେଶ ମଧ୍ୟରେ କ୍ରିକେଟର କୌଣସି ଆଶା ନାହିଁ । ଯେପର୍ଯ୍ୟନ୍ତ ମୋଦି ଶାସନରେ ରହିବେ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ହୋଇପାରିବନାହିଁ । ଏହାସହ ସେ ଆହୁରି କହିଛନ୍ତି, ଦୁନିଆର ସବୁଠାରୁ ମହଙ୍ଗା କ୍ରିକେଟ ଲିଗ ଆଇପିଏଲରେ ନ ଖେଳିବାରୁ ପାକିସ୍ତାନ ଖେଳାଳିଙ୍କର ବହୁତ କ୍ଷତି ହେଉଛି ।
ପିସିବିର ଚେୟାରମ୍ୟାନ୍‌ ଏହସାନ ମଣି କିଛି ଦିନ ପୂର୍ବରୁ କହିଥିଲେ ଯେ ବିସିସିଆଇ ସହିତ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସିରିଜକୁ ନେଇ ଅନେକ ଆଲୋଚନା ହୋଇଛି । ଟି -୨୦ କ୍ରିକେଟ୍‌ ହେଉ କିମ୍ବା ଦ୍ୱିପାକ୍ଷିକ ସିରିଜ୍‌ ଅନେକ ଥର ଆଲୋଚନା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ।

hiranchal ad1
Leave A Reply

Your email address will not be published.

18 − 3 =