ସଂଘର୍ଷରତ ୱାଟସନ ଓ ମୁରଲୀ ଫର୍ମକୁ ଫେରିବା ନିହାତି ଆବଶ୍ୟକ

0 64

ଦୁବାଇ: ଚଳିତ ଆଇପିଏଲ୍‌ରେ ଲଗାତାର ପରାଜୟ ପରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି ୫ ଜଣ ବୋଲରଙ୍କୁ ନେଇ ଖେଳିବା ଧୋନିଙ୍କ ପସନ୍ଦ ନୁହେଁ, କିନ୍ତୁ ଦଳର ଶୀର୍ଷକ୍ରମ ବ୍ୟାଟିଂ ବିଫଳତା କାରଣରୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ‘ମୋର ଯାହା ମନେ ଅଛି ପ୍ରଥମ ଥର ପାଇଁ ଧୋନି ୫ ଜଣ ବୋଲରଙ୍କୁ ନେଇ ଖେଳୁଛନ୍ତି । ଏହା ତାଙ୍କ ପସନ୍ଦ ନୁହେଁ, କିନ୍ତୁ ବାଧ୍ୟ ହୋଇ କରୁଛନ୍ତି’ ବୋଲି ଚୋପ୍ରା ପ୍ରକାଶ କରିଥିଲେ । ଏପରିକି ଅମ୍ବାତି ରାୟୁଡୁଙ୍କ ଅନୁପସ୍ଥିତିରେ ଧୋନି ନିଜେ ନିଜ ଫର୍ମକୁ ନେଇ ୧୦୦ ପ୍ରତିଶତ ଆତ୍ମବିଶ୍ୱାସରେ ନାହାନ୍ତି । ଧୋନି ନିଜେ ଏତେ ତଳେ ବ୍ୟାଟିଂ କରିବାର କାରଣ ମଧ୍ୟ ଚୋପ୍ରା ଆକଳନ କରିଛନ୍ତି । ଧୋନିଙ୍କ ବ୍ୟାଟିଂ କ୍ରମ କଥା କହିଲେ ଆପଣ ନିଶ୍ଚିତ ମୁରଲୀ ବିଜୟ ଏବଂ ଋତୁରାଜ ଗାଏକ୍ୱାଡଙ୍କ ବ୍ୟାଟିଂ ସ୍ଥାନ ବିଷୟରେ ଆଲୋଚନା କରିବେ । ସଂଘର୍ଷରତ ୱାଟସନ୍‌ ନିଶ୍ଚିତ ରନ୍‌ ପାଇବେ । ଗାଏକ୍ୱାଡ ଓ ବିଜୟଙ୍କ ବ୍ୟାଟିଂକୁ ନେଇ ମୁଁ ଚିନ୍ତିତ ବୋଲି ଚୋପ୍ରା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

four + 18 =