ଚେନ୍ନାଇ ଦଳ ହାରିବାର ରହସ୍ୟ ଖୋଲିଲେ ସେହ୍ୱାଗ

0 88

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସ ଶନିବାର ୪୪ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ହାରିବା ପରେ ସେହ୍ୱାଗ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉରେ ଲେଖିଥିଲେ ଯେ ମେଟ୍ରୋ ଓ ରେଳ ମଧ୍ୟରେ କୌଣସି ତୁଳନା ନାହିଁ । ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ମେଟ୍ରୋ ପୂରା ଯୁବ । ସେମାନେ ଚେନ୍ନାଇର ଅଭିଜ୍ଞ ସେନାକୁ ହ୍ୱିସିଲ ମାରି ଉଡାଇଦେଲେ । ପର୍ଥ ଭଳି ସବୁଜ ୱିକେଟ୍‌ରେ ଯଦି ତୁମେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବ, ତା’ଠାରୁ ଭଲ ସୁରଜ ବଡଜାତିୟାଙ୍କ ଚଳଚ୍ଚ଼ିତ୍ର ଦେଖିବା । ଚେନ୍ନାଇ ଭଲ ଆରମ୍ଭ କରିଥିଲା । ସେମାନେ କିନ୍ତୁ ସେକେଣ୍ଡ ଗିୟରରେ ଖେଳିଲା ଭଳି ଲାଗୁଥିଲା । ମୁରଲୀ ବିଜୟ ଟ୍ୱେଣ୍ଟି-୨୦ ଖେଳୁଛନ୍ତି ବୋଲି ବିଶ୍ୱାସ ହେଉନି, ୱାଟସନ୍‌ ପୁରୁଣା ଇଞ୍ଜିନ ଭଳି ଲାଗୁଛନ୍ତି । ଫାଫ୍‌ ଡୁ’ ପ୍ଲେସିସ୍‌ ସମ୍ଭବତଃ ନିଜ ସାଥୀ ଖେଳାଳିଙ୍କୁ ବୁଝାଉଥିଲେ, ଭାଇମାନେ ଆମେ ଟ୍ୱେଣ୍ଟି-୨୦ ଖେଳୁଛେ, ଟେଷ୍ଟ୍‌ ନୁହେଁ । ଏହା ପରେ ମଧ୍ୟ ଧୋନି ବ୍ୟାଟିଂକୁ ଆସି ନଥିଲେ । ଲାଗୁଛି ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପୂର୍ବରୁ ଭାରତକୁ ବୁଲେଟ୍‌ ଟ୍ରେନ୍‌ ଆସି ଯାଇଥିବ । ସେହବାଗଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି । କେତେକ ବିବାଦୀୟ ନିଷ୍ପତ୍ତିକୁ ଚେନ୍ନାଇ ରିଭ୍ୟୁ ନକରିବାକୁ ମଧ୍ୟ ବୀରୁ ପରିହାସ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =