ଚେନ୍ନାଇ ଟିମ୍‌ରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ

0 78

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗିସ୍‌ର ପ୍ରଦର୍ଶନକୁ ନେଇ କେବଳ ଏହି ଦଳର ମ୍ୟାନେଜମେଣ୍ଟ ନୁହେଁ, ଅନ୍ୟ ଦଳଗୁଡ଼ିକର ମ୍ୟାନେଜମେଣ୍ଟ ଏବଂ ବହୁ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥର ଏହି ଫ୍ରାଞ୍ଚାଇଜ୍ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ସୁଦ୍ଧା ଖେଳିଥିବା ମ୍ୟାଚ୍‌ଗୁଡ଼ିକରେ ସେଭଳି ବଳିଷ୍ଠ ପ୍ରଦର୍ଶନ ଦେଖାଇବାରେ ସକ୍ଷମ ହୋଇନାହିଁ । ସାତୋଟି ମ୍ୟାଚ୍‌ରୁ ଦଳ ମାତ୍ର ୨ଟିରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆର ପୂର୍ବତନ ରିଷ୍ଟ ସ୍ପିନର ବ୍ରାଡ୍ ହଗ୍ ଦଳର ପ୍ରଦର୍ଶନ ଦେଖି ସବୁଠୁ ବେଶୀ ବିସ୍ମିତ ହୋଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତି ଦୃଷ୍ଟିରୁ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକ । ସେହିପରି, ବ୍ୟାଟିଂ ବିଭାଗର କ୍ରମରେ ପରିବର୍ତ୍ତନ ଅଣାଯିବା ମଧ୍ୟ ଆବଶ୍ୟକତା ରହିଛତି । ଅଲ୍‌ରାଉଣ୍ଡର ସାମ୍ କୁରନ୍ ତିନି ନମ୍ବରରେ ଦଳ ପାଇଁ ସହାୟକ ହୋଇପାରୁ ନାହାଁନ୍ତି । ତାଙ୍କ ଅପେକ୍ଷା ଅମ୍ବାତି ରାୟିଡୁ ଅଧିକ ଉପଯୋଗୀ ହୋଇପାରିବେ । ତଥାପି କୁରାନ୍‌ଙ୍କୁ ତିନି ନମ୍ବରରେ ଖେଳାଗଲେ କିଛିଟା ସୁଧାର ଆସିବ ବୋଲି ମୁଁ ବିଶ୍ୱାସ କରୁଛି । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଅନ୍ୟମାନଙ୍କ ଅପେକ୍ଷା ଶୀର୍ଷ ଭାଗରେ ଭଲ ପ୍ରଦର୍ଶନ କରିପାରିବେ । ଅଧିକାଂଶ ଟି-୨୦ ଫ୍ରାଞ୍ଚାଇଜ୍ ପାଇଁ ସେ ଖଳିଛନ୍ତି । ତାଙ୍କୁ ଆଉକିଛି ସ୍ୱାଧୀନତା ଦିଆଗଲେ ସେ ଉତ୍କର୍ଷ ଦେଖାଇବାରେ ସକ୍ଷମ ହୋଇପାରିବେ । ସେହିପରି, ବ୍ରାଡ୍ ହଗ୍ ଅଲ୍‌ରାଉଣ୍ଡର ଡେନ୍ ବ୍ରାଭୋଙ୍କ ସଂପର୍କରେ ମଧ୍ୟ ମତ ଦେଇଛନ୍ତି । ତାଙ୍କ ସ୍ଥାନରେ ଲେଗ୍ ସ୍ପିନର ଇମ୍ରାନ୍ ସାହିଲ୍‌ଙ୍କୁ ଗୁରୁତ୍ୱ ଦେବାଲାଗି ସେ ପରାମର୍ଶ ଦେଇଛନ୍ତି । ଗତ ସିଜିନ୍‌ରେ ତାହିର୍ ପର୍ପଲ କ୍ୟାଚ୍ ଜିତିଥିଲେ । ଚଳିତ ସିଜିନରେ ତାଙ୍କୁ ଏପର୍ଯ୍ୟନ୍ତ ଆକ୍ସନରେ ଦେଖିବାକୁ ମିଳିନାହିଁ । ଦଳ ତାଙ୍କୁ ଗୁରୁତ୍ୱ ଦେଇ ସୁଯୋଗ ଦେଲେ ଲାଭବାନ ହେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =