ଲାଗୁହେବ ନୂଆ ନିୟମ : ସୁଯୋଗ ପାଇବେ ଖେଳିନଥିବା କ୍ରିକେଟର

0 85

ଦୁବାଇ,:ଆଇପିଏଲ୍ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ନୂଆ ନିୟମକୁ ପୂର୍ବଥର ଭଳି ଏଥର ମଧ୍ୟ ଲାଗୁ କରାଯିବ । ଏହି ନିୟମକୁ ମିଡ୍ ସିଜିନ୍ ଟ୍ରାନ୍ସଫର ୱିଣ୍ଡୋ କୁହାଯାଉଛି । ଅର୍ଥାତ୍ ଆଇପିଏଲ୍‌ର ନିର୍ଦ୍ଦିଷ୍ଟ ସଂଖ୍ୟକ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଯଦି କୌଣସି ଖେଳାଳି ଖେଳିବାର ସୁଯୋଗ ପାଇନଥିବେ, ସେମାନଙ୍କୁ ଖେଳିବା ଲାଗି ସୁଯୋଗ ଦିଆଯିବ । ସେମାନଙ୍କୁ ଅନ୍ୟ ଫ୍ରାଞ୍ଚାଇଜ୍ ପାଇଁ ଖେଳାଯାଇପାରିବ । ନିୟମ ଅନୁସାରେ ସାତୋଟି ମ୍ୟାଚ୍ ସରିଯିବା ପରେ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ । ଏବେ ସବୁ ଦଳ ସାତୋଟି ମ୍ୟାଚ୍ ଖେଳିସାରିଲେଣି । ତେଣୁ କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ଏହାକୁ ଲାଗୁ କରିବେ । ଫଳରେ ସୁଯୋଗରୁ ବଞ୍ଚିତ କ୍ରିକେଟରମାନେ ଲାଭବାନ ହେବେ । ଏଭଳି କେତେକ କ୍ରିକେଟର ଅଛନ୍ତି, ସେମାନେ ଖେଳନ୍ତୁ ବୋଲି ସେମାନଙ୍କ ପ୍ରଶଂସକମାନେ ଚାହୁଁଛନ୍ତି । ସୋଶିଆଲ୍ ମିଡ଼ିଆରେ ସେମାନେ ଏ ନେଇ ମେସେଜ୍ ମଧ୍ୟ ଦେଉଛନ୍ତି । କର୍ତ୍ତୃପକ୍ଷ ଏହାକୁ ଆଧାର କରି ଖେଳାଳି ବାଛିବେ । ତେଣୁ ଆଗକୁ ପ୍ରଶଂସକମ।।ନେ ସେମାନଙ୍କର ମନ ପସନ୍ଦର ତାରକାଙ୍କୁ ଖେଳିବା ଦେଖିପାରିବେ । ଏଥର ସିଜିନ୍‌ରେ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯିବ । ତେବେ ତାହା ଖେଳାଳିମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୧୦ ପଏଣ୍ଟ ଓ ସର୍ବାଧିକ ରନ ରେଟ୍ ସହ ଏହା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ଦିଲ୍ଲୀ କ୍ୟାପିଟାଲ୍ସ ।

hiranchal ad1
Leave A Reply

Your email address will not be published.

4 × 3 =