ସହରାଞ୍ଚଳର ବିକାଶ ପାଇଁ ୮୮୫କୋଟି : ଅଟଳ ମିଶନ ଅମୃତ ଯୋଜନା କାର୍ଯ୍ୟକାରିତାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

0 72

ଭୁବନେଶ୍ୱର: ଅମୃତ ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ସରକାର ୫ ବର୍ଷ (୨୦୧୫-୨୦)ରେ ୮୮୫.୫୮ କୋଟି ଟଙ୍କା ଦେଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଭଳି ସହର ଗୁଡିକରେ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି, ଏହି ଯୋଜନାରେ ପାନୀୟ ଜଳଯୋଗାଣ, ସ୍ୱ?ରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।ରାଜ୍ୟ ବାର୍ଷିକ ଯୋଜନା (ସାପ୍‌) ଅଧୀନରେ ଓଡିଶା ପାଇଁ ୧୫୯୯ କୋଟି ଟଙ୍କା ମଂଜୁର କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରିକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି ।ଏହି ଯୋଜନା ଅଧୀନରେ ଓଡିଶାକୁ ୧୯୧ଟି ପ୍ରକଳ୍ପ ମଂଜୁର କରାଯାଇଥିବା ବେଳେ ସେଥିରୁ ୧୫୨ଟି ସମାପ୍ତ ହୋଇଛି ଏବଂ ଅବଶିଷ୍ଟ ୩୯ଟିର କାମ ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

hiranchal ad1
Leave A Reply

Your email address will not be published.

13 + 19 =