ଇତିହାସ ରଚିଲେ ପ୍ରବୀଣ, ହାଇଜମ୍ପରେ ରୌପ୍ୟ ଜିତିଲେ

0 35

ଜାପାନ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକ୍ସରେ ହାଇ ଜମ୍ପରେ ଭାରତ ୪ଟି ପଦକ ପାଇଛି । ଏହାପୂର୍ବରୁ ଭାରତର ମାରିଆପାନ୍ ଥାଙ୍ଗାଭେଲୁ T-63 ଇଭେଣ୍ଟରେ ରୌପ୍ୟ ପଦକ, ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଥିବାବେଳେ ନିଶାଦ କୁମାର T-47 ରେ ଏସୀୟ ରେକର୍ଡ ସହ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି । ଗ୍ରେଟ୍ ବ୍ରିଟେନର ଜୋନାଥନ୍ ବ୍ରୁମ୍-ଏଡୱାର୍ଡସ୍ ୨.୧୦ମିଟର ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୋଲାଣ୍ଡର ମ୍ୟାକିଜ୍ ଲେପିଆଟୋ ୨.୦୪ମିଟର ପ୍ରୟାସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣଙ୍କୁ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପଦକ ଜିତିବାରେ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ‘ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ କୁମାରଙ୍କ ଗର୍ବ । ଏହି ପଦକ ହେଉଛି ତାଙ୍କର କଠିନ ପରିଶ୍ରମ ଏବଂ ଅନନ୍ୟ ଉତ୍ସର୍ଗର ଫଳାଫଳ । ତାଙ୍କୁ ଅଭିନନ୍ଦନ, ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।

hiranchal ad1
Leave A Reply

Your email address will not be published.

4 × 4 =