ଗିଲଙ୍କ ପରେ ସ୍ଥିତି ସମ୍ଭାଳିଲେ ଆୟର, ଜାଡେଜା : ଭାରତ ପ୍ରଥମ ଦିନରେ ୨୫୮/୪

0 84

କାନପୁର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁରର ଗ୍ରୀନ୍ ପାର୍କରେ ଖେଳାଯାଉଛି । ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇବା ପାଇଁ ଭାରତ ୨୫୮ ରନ୍ ସଂଗ୍ରହ କରିଛି । ରବିନ୍ଦ୍ର ଜାଡେଜା ୫୦ ରନ କରି ଅପରାଜିତ ଥିବା ବେଳେ ଶ୍ରେୟାସ ଆୟର ୭୫ ରେ ଅପରାଜିତ ଅଛନ୍ତି । ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ୨୧ରନରେ ମୟଙ୍କ ଅଗ୍ରୱାଲ ଉଇକେଟ ହରାଇଥିଲା । ମୟଙ୍କ ସ୍ଥାନ ପୂରଣ କରିବାକୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା କ୍ରିଜ ଆସିଥିଲେ । ସେ ଗିଲଙ୍କ ସହ ମିଶି ଅର୍ଦ୍ଧଶତକୀ ପାର୍ଟରସିପ କରିଥିଲେ । ଦଳ ଲଞ୍ଚ ସୁଦ୍ଧା ଗୋଟିଏ ଉଇକେଟ ହରାଇ ୮୪ ରନ କରିଥିଲା । ଲଞ୍ଚ ପରେ ଭାରତ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ହିଁ ଗିଲ୍ ଜାମିସନଙ୍କ ଶିକାର ହୋଇଥିଲେ । ସେ ଅର୍ଦ୍ଧଶତକ ଅର୍ଜନ କରିବା ସହ ୯୩ ବଲରେ ୫୨ ରନ କରି ଆଉଟ୍ ହୋଇଥିଲେ । ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ମାତ୍ର ୨୬ ରନ କରି ଟିମ ସାଉଦୀଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ଆଜିଙ୍କ୍ୟ ରାହାଣେ ଭଲ ଆରମ୍ଭ କରିଥିଲେ ମଧ୍ୟ ୩୫ ରନ କରି ଜାମିସନଙ୍କ ଶିକାର ବନିଥିଲେ । ଏକଦା ଦଳ ୧୪୫ରନରେ ୪ ଉଇକେଟ ହରାଇ ସଂଘର୍ଷ କରୁଥିବା ବେଳେ ଆୟରଙ୍କ ସହ ଯୋଗ ଦେଇଥିଲେ ରବିନ୍ଦ୍ର ଜାଡେଜା । ଉଭୟ ଖେଳ ଶେଷ ସୁଦ୍ଧା ଅପରାଜିତ ରହିଥିଲେ । ନ୍ୟୁଜିଲ୍ୟାଣ୍ଡ ପାଇଁ କେନ୍ ଜାମିସନ୍ ୩ଟି ୱିକେଟ୍ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + eleven =