ଭୁବନେଶ୍ୱରକୁମାରଙ୍କୁ ଡାକ୍ତର ଦେଲେ ଏପରି ସାର୍ଟିଫିକେଟ୍‌

0 84

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏବେ ସଂପୂର୍ଣ୍ଣ ଫିଟ୍ । ସେ ନିଜେ ଏହି ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ଫିଟନେସ୍ ପାଇବା ପରେ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ ଲାଗି ବ୍ୟାକୁଳ । ତେବେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ ନଥିବାରୁ ତାଙ୍କୁ ଏକ ଲମ୍ବା ପ୍ରତୀକ୍ଷାରେ ରହିବାକୁ ପଡ଼ିବ । ଆହତ ସମସ୍ୟା କାରଣରୁ ଚଳିତ ବର୍ଷର ନ୍ୟୁଜିଲ୍ୟାଣ୍ଡ ଗ୍‌ତରେ ସେ ବାଦ୍ ପଡ଼ିଥିଲେ । ମିରଟର ଏହି ୩୦-ବର୍ଷୀୟ ଦ୍ରୁତ ବୋଲର ଗତ ଜାନୁଆରୀରେ ଲଣ୍ଡନରେ ନିଜର ଅସ୍ତ୍ରୋପଚାର କରାଇଥିଲେ । ଏହାପରେ ଭାରତକୁ ଫେରିଆସି ନ୍ୟାସନାଲ୍ କ୍ରିକେଟ୍ ଏକାଡ଼େମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ତଥା ଚିକିତ୍ସାରେ ରହିଲେ । ସେବେଠାରୁ ସେ ପଡ଼ିଆ ବାହାରେ ରହି ଆସିଛନ୍ତି । ଗତବର୍ଷ ଡିସେମ୍ବରରେ ତାଙ୍କୁ ଶେଷ ଥର ପାଇଁ ଷ୍ଟାଡ଼ିୟମରେ ଦେଖିବାକୁ ମିଳିଥିଲା । ସେତେବଳେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପାଇଁ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ଏକ ସାକ୍ଷାତକାର ଅବସରରେ ଭୁବନେଶ୍ୱର କହିଛନ୍ତି ଯେ, ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ । ଡାକ୍ତର ମୋତେ ସଂପୂର୍ଣ୍ଣ ଫିଟ୍ ଥିବା ସାର୍ଟିଫିକେଟ୍ ଦେଇଛନ୍ତି । ତେଣୁ ଖୁବ୍‌ଶୀଘ୍ର ଖେଳିବା ଲାଗି ଚାହୁଁଛି । କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ୍ କାର୍ଯ୍ୟକ୍ରମ ବାତିଲ୍ ହୋଇଯାଇଥିବାରୁ ମୋତେ ଅପେକ୍ଷା କରିବାକୁ ପଡ଼ିବ । ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କ୍ରିକେଟ୍ ପ୍ରତିଯୋଗିତା ହେବା ସମ୍ଭବ ନୁହେଁ ।

hiranchal ad1
Leave A Reply

Your email address will not be published.

six + seven =