ବିନା କେକ୍ କଟାରେ ଜନ୍ମଦିନ

0 82

ମୁମ୍ବାଇ : ଭାରତୀୟ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଆଜି ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଲକ୍‌ଡାଉନ୍ ଯୋଗୁଁ ଜନ୍ମଦିନ ସଂପୂର୍ଣ୍ଣ ଉତ୍ସବବିହୀନ ହୋଇଛି । ଏବେ ସଚିନ୍ ନିଜ ଘରେ ପରିବାର ସହ ସମୟ ବିତାଉଛନ୍ତି । ଦୋକାନବଜାର ସବୁ ବନ୍ଦ ଥିବାରୁ କେକ୍ କାଟି ଜନ୍ମଦିନ ଧୁମ୍‌ଧାମ୍‌ରେ ବନାଇବାର ପ୍ରଶ୍ନ ଉଠୁନାହିଁ । ଜନ୍ମଦିନରେ ସେ ତାଙ୍କର ଅତୀତର କ୍ରିକେଟ୍ ସ୍ମୃତିକୁ ଆଲବମ୍‌ରେ ଖୋଜି ଆନନ୍ଦ ନେଇଚନ୍ତି । ଏହି ଅବସରରେ ସଚିନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏବେ ମୁଁ ପରିବାର ସହ ପୁରା ସମୟ ବିତାଉଛି । ରୋଷେଇ କରୁଛି, ଘର ସଫା କରୁଛି ଏବଂ ଗଛରେ ପାଣି ଦେଉଛି । ପିଲାଛୁଆଙ୍କ ସାଙ୍ଗରେ ରହିବା ପାଇଁ ଲକ୍‌ଡାଉନ୍ ମୋତେ ଅପୂର୍ବ ସୁଯୋଗ ଦେଇଛି । ଦୁଇ ସନ୍ତାନ ସାରା ଓ ଅର୍ଜୁନ ମୋତେ ସବୁବେଳେ ପାଖରେ ପାଇ ଅତ୍ୟନ୍ତ ଖୁସି । ତେଣୁ ଲକ୍‌ଡାଉନ୍ ମୋ ପାଇଁ ଏକ ଆର୍ଶୀବାଦ ବୋଲି ମୁଁ ମନେ କରୁଛି । ଏହି ସମୟରେ ମୁଁ ମୋର ପୁରୁଣା କ୍ରିକେଟ୍ ମ୍ୟାଚ୍‌ର ଚିତ୍ର ଦେଖିବାର ବିତାଇବା ସହ ଫୋନ୍‌ରେ ସାଙ୍ଗମାନଙ୍କ ସହ ମଧ୍ୟ କଥା ହୋଇ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 + twenty =