ଲକ୍‌ଡାଉନ୍‌ରେ ବି ଅଭ୍ୟାସ କରୁଛନ୍ତି ସୁଟର ଈଶା

0 84

ନୂଆଦିଲ୍ଲୀ : ବର୍ତ୍ତମାନ ଲକ୍‌ଡାଉନ୍ ସମୟ ଚାଲିଛି । କୌଣସି ଖେଳ କାର୍ଯ୍ୟକ୍ରମ ମଧ୍ୟ ନାହିଁ । ସବୁ ବନ୍ଦବାନ୍ଦ୍ ରହିଛି । ଏସବୁ ସତ୍ତ୍ୱେ କେତେକ ଖେଳାଳି ନିଜ ସୁବିଧାକୁ ଦେଖି ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ପିସ୍ତଲ ସୁଟର ଈଶା ସିଂ ଅନ୍ୟତମ । ହାଇଦ୍ରାବାଦରେ ରହୁଥିବା ଏହି ମହିଳା ସୁଟର ଲକ୍‌ଡାଉନ୍ ସମୟରେ ମଧ୍ୟ ଅଭ୍ୟାସ କରୁଛନ୍ତି । ଫାଙ୍କା ଫାୟାରିଂ କରି ସେ ଲକ୍ଷ୍ୟ ଭେଦ କରିବାକୁ ପ୍ରୟାସ କରୁଛନ୍ତି । ୨୦୧୯ ନଭେମ୍ବର ମାସରେ ଅନୁଷ୍ଠିତ ଏସିଆନ୍ ସୁଟିଂ ଚାମ୍ପିୟନଶିପ୍‌ରେ ଜୁନିୟର ବିଭାଗରେ ସେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ । ବର୍ତ୍ତମାନ ସୁଟିଂ ପ୍ରତିଯୋଗିତା ବନ୍ଦ ଥିଲେ ମଧ୍ୟ ସେ ନିଜ ଘର ପରିସର ଭିତରେ ସୁଟିଂ ଅଭ୍ୟାସ କରୁଛନ୍ତି । ଅଳ୍ପ ସମୟରେ ସେ ଏକାଧିକ ପଦକ ହାସଲ କରିଛନ୍ତି । ଏବେ ଭାରତରେ କରୋନା ଭାଇରସ୍ ଯୋଗୁଁ ଲକ୍‌ଡାଉନ୍ ଲାଗୁ ହାଇଛି । କରୋନାର ମୁକାବିଲା ପାଇଁ ଈଶା ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସେ ବ୍ୟକ୍ତିଗତ ଭାବେ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କର ଏହି ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା ମଧ୍ୟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × one =