ଆଇପିଏଲ୍ ନୁହେଁ, ପୁଅ ସହିତ କ୍ୟୁପିଏଲ୍ ଖେଳୁଛନ୍ତି ଧାୱନ

0 85

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ସମସ୍ତ ଜନସାଧାରଣ କ୍ୱାରେଣ୍ଟାଇନରେ ରହିଲା ଭଳି ଗତ ମାସେ ହେଲା ଘରେ ରହିଆସୁଛନ୍ତି । ନା ଅଛି ଖେଳ ନା ଅଛି ବୁଲାବୁଲି । ଘରେ ନିଜ ଧର୍ମପତ୍ନୀ, ପିଲାମାନଙ୍କ ସହ ସମୟ ବିତାଉଛନ୍ତି କ୍ରିକେଟରମାନେ । ଆଜି ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପୁଅ ଜୋରଭାର ସହିତ ଘରେ ରହି କ୍ରିକେଟ୍ ଖେଳୁଥିବାର ଭିଡ଼ିଓ ଭାଇରାଲ୍ ହୋଇଛି । ସେ ଏହି ଭିଡ଼ିଓ ପୋଷ୍ଟ କରି କହିଛନ୍ତି ଯେ, ଏହା ଆଇପିଏଲ୍ ନୁହେଁ, ଏହା କ୍ୟୁପିଏଲ୍ । ତାଙ୍କ ମତରେ କ୍ୟୁପିଏଲ୍ ଅର୍ଥ କ୍ୱାରେଣ୍ଟାଇନ୍ ପ୍ରିମିୟର ଲିଗ୍ । ବର୍ତ୍ତମାନ ଘରେ କ୍ୱାରେଣ୍ଟାଇନରେ ରହି ପୁଅ ସହିତ ଲିଗ୍ ମ୍ୟାଚ୍ ଖେଳୁଛନ୍ତି ବୋଲି ସେ ପୋଷ୍ଟ କରିଛନ୍ତି । ଘରେ ନିଜ ଧର୍ମପତ୍ନୀ ନାଚ ଓ ବଲିଉଡରେ ଜଣାଶୁଣା ଥିବା ଅୟେଶା ମୁଖାର୍ଜୀ ବର୍ତ୍ତମାନ ମଧ୍ୟ ଘରେ ନାକାବନ୍ଦୀ ଭଳି ରହିଛନ୍ତି । ସେ ଏକ ଭିଡ଼ିଓ ଛାଡ଼ିଛନ୍ତି , ଯେଉଁଥିରେ ସେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ପୁଅ ଜୋରଭାର ବୋଲିଂ କରୁଥିବାର ଦୃଶ୍ୟ ରହିଛି ।

hiranchal ad1
Leave A Reply

Your email address will not be published.

eleven + nineteen =