କରୋନା ପାଇଁ ଫିକା ପଡ଼ିଯିବ ୪୭ତମ ଜନ୍ମଦିନ

0 80

୧୯୭୩ ମସିହା ଅପ୍ରେଲ ମାସ ୨୪ ତାରିଖରେ କିମ୍ବଦନ୍ତୀ କ୍ରିକେଟର ସଚିନ୍ ରମେଶ ତେନ୍ଦୁଲକର ମହାରାଷ୍ଟ୍ରର ବମ୍ବେର(ବର୍ତ୍ତମାନର ମୁମ୍ବାଇ) ଗାଦରଠାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ମହାମାରୀ ରୂପକ କରୋନାରେ କବଳିତ ସାରା ବିଶ୍ୱ ଗ୍ରାସ କରିଥିବାରୁ ସେ ଆସନ୍ତାକାଲି ତାଙ୍କର ଜନ୍ମଦିନ ପାଳନ କରିବେ କି ନାହିଁ ଉଠିଛି ପ୍ରଶ୍ନ ।
ତାଙ୍କ ପିତା ରମେଶ ତେନ୍ଦୁଲକର ଜଣେ ବିଶିଷ୍ଟ ମରାଠୀ ଲେଖକ ଏବଂ ମା\’ ରଜନୀ ଏକ ଇନସ୍ୟୁରାନ୍ସ କମ୍ପାନୀର ପଦାଧିକାରୀ । ସଚିନ୍ ତାଙ୍କ ନାମରେ ସଙ୍ଗୀତ ନିର୍ଦ୍ଦେଶକ ସଚିନ୍ ଦେବ ବର୍ମଙ୍କ ନାମ ଯୋଡ଼ିଥିଲେ । ତେଣୁ ତାଙ୍କ ନାମ ସେବେଠୁ ସଚିନ୍ ତେନ୍ଦୁଲକର ହୋଇଥିଲା । ତାଙ୍କର ଭାଇ ନୀତିନ୍ ଓ ଅଜିତ୍ ଏବଂ ଭଉଣୀ ସବିତା ସଚିନ୍‌ଙ୍କୁ ମୂଳରୁ ସମର୍ଥନ ଦେଇ ଆସିଥିଲେ । ପିଲାଦିନୁ ସଚିନ୍ ତାଙ୍କ ଭାଇ ଅଜିତ୍‌ଙ୍କ ସହ କ୍ରିକେଟ୍ ଖେଳି ପରେ ସେ ଦିଗରେ ଅଗ୍ରସର ହୋଇଥିଲେ । ଆଚରେକରଙ୍କ ତତ୍ତ୍ୱାବଧାନରେ ସେ କ୍ରିକେଟ୍ ଶିକ୍ଷା ଲାଭ କରିଥିଲେ । ଆଚରେକର ଷ୍ଟମ୍ପ୍ ଉପରେ ଏକ ଟଙ୍କିକିଆ କଏନ୍ ରଖନ୍ତି ଏବଂ ସଚିନ୍‌ଙ୍କୁ ବ୍ୟାଟିଂ କରିବାକୁ କୁହନ୍ତି । ଯିଏ ତାଙ୍କୁ ଆଉଟ୍ କରିବ ସେହି କଏନ୍ ସେ ପାଇବ । ଏହା ସଚିନଙ୍କୁ ବେଶ୍ ଉତ୍ସାହିତ କରିଥିଲା । ୧୯୮୭ରେ ସଚିନ୍ ରଣଜୀ ଟ୍ରଫି ପାଇଁ ମନୋନୀତ ହୋଇଥିଲେ । ୧୯୮୯ରେ ସେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 2 =