ପିଏମ୍ କେୟାର୍ସକୁ ମିଳିତ ଦାନ କଲେ ଖୁଣ୍ଟିଗୋରା ପଞ୍ଚାୟତର ୧୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌

0 201

ବୌଦ୍ଧ : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତର ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୬ ହଜାର ଟଙ୍କା ଦାନ କରି ସହାୟତାର ହାତ ବଢ଼ାଇଛନ୍ତି । ଖୁଣ୍ଟିଗୋରା ଭଳି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜ ପରିବାରକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେଉଛନ୍ତି ।
ଦେଶର ଦୁର୍ଦ୍ଦିନ ସମୟରେ ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ନିଜର ସାମର୍ଥ୍ୟ ଅନୁସାରେ ପରସ୍ପର ମଧ୍ୟରେ ସଂଗୃହିତ କରିଥିବା ୬୦୦୦ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ଆଜି ଖୁଣ୍ଟିଗୋରାଠାରେ ସାମାଜିକ ଦୂରତା ରକ୍ଷା କରି ଏକାଠି ସମବେତ ହୋଇ ସଂଗୃହିତ ଅର୍ଥକୁ ପ୍ରେରଣ କରିଥିବା ଜଣାପଡ଼ିଛି । ମହିଳା ଏସ୍‌ଏଚ୍‌ଜିମାନଙ୍କର ଏଭଳି ମହତ କାର୍ଯ୍ୟକୁ ଖୁଣ୍ଟିଗୋରା ସରପଞ୍ଚ ପ୍ରହଲ୍ଲାଦ ସେଠୀ ପ୍ରଶଂସା କରିଛନ୍ତି । ନିଜ ପଞ୍ଚାୟତରେ ମହିଳା ଗୋଷ୍ଠୀମାନେ ଜନସଚେତନତା ସୃଷ୍ଟି କରି କରୋନା ପାଇଁ ସହାୟତାର ହାତ ବଢ଼ାଇଥିବାରୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

four + twelve =