ସହାୟତା ନପାଇ ନିର୍ମାଣ ଶ୍ରମିକ ହତାଶ

0 93

ବୌଦ୍ଧ:ନିର୍ମାଣ ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା କାର୍ଯ୍ୟ ବର୍ତ୍ତମାନ ବୌଦ୍ଧଜିଲ୍ଲାରେ ଚାଲିଛି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଯେଉଁ ତାଲିକାକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପ୍ରସ୍ତୁତ କରିଛି ସେଥିରେ ଅନେକ ତ୍ରୁଟି ରହିଥିବାରୁ ଲୋକେ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ତ୍ରୁଟି କାଁ ଭାଁ ହୋଇନାହିଁ ବରଂ ବ୍ୟାପକ ଭାବରେ ହୋଇଥିବାରୁ ହଜାହଜାର ପଞ୍ଜିକୃତ ନିର୍ମାଣ ଶ୍ରମିକ ସହାୟତା ନପାଇ ହତାଶ ହୋଇଛନ୍ତି ।
ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତର ଅନେକ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଥିଲେ ମଧ୍ୟ ହିତାଧିକାରୀ ତାଲିକାରେ ନାମନଥିବା ଅଭିଯୋଗ ହେଉଛି । ଏମାନେ ସରସରା ପଞ୍ଚାୟତର ବନ୍ଦୀ ସାହି ଓ ରୁଗୁଡିସାହିର ବାସିନ୍ଦା । ବଞ୍ଚିତ ହୋଇଥିବା ଏହି ହିତାଧିକାରୀମାନେ ହେଲେ ଅକ୍ଷୟ ପ୍ରଧାନ, ନିରଞ୍ଜନ ପ୍ରଧାନ, ସୁଜୀତ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଦ୍ରୌପଦୀ ପ୍ରଧାନ, ରଞ୍ଜନ ପ୍ରଧାନ, ଅଞ୍ଜଳି ପ୍ରଧାନ, ଜାମିନି ପ୍ରଧାନ, ଜଟି ପ୍ରଧାନ, ସୁମତି ପ୍ରଧାନ, ମନୋଜ ପ୍ରଧାନ, ରଶ୍ମିତା ପ୍ରଧାନ, ବିପିନ ବେହେରା, ଫିରୋଜ ପ୍ରଧାନ, ବାସନ୍ତୀ ପ୍ରଧାନ, ସୋଭାଗିନୀ ପ୍ରଧାନ, ତ୍ରିନାଥ ମହାନନ୍ଦିଆ । ଜିଲ୍ଲା ଶ୍ରମ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଇ ସଂଶୋଧିତ ତାଲିକା ପ୍ରକାଶ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 + one =