ସାଇକେଲରେ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିଲେ, ବାଟରେ ଏମିତି ଘଟିଲା

0 109

ରାଉରକେଲା : – ପାଞ୍ଚ ଜଣଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଲେ ପୋଲିସ । ସମ୍ବଲପୁରରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗକୁ ଯାଉଥିବା ପାଞ୍ଚ ଜଣଙ୍କୁ ଅଟକ ରଖି ସେମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଛି ପୋଲିସ। ମଙ୍ଗଳବାର ରାତିରେ ଏମାନେ ରାଉରକେଲା ପହଞ୍ଚିବା ପରେ କିଛି ସ୍ବେଛାସେବୀ ସେମାନଙ୍କୁ ଖାଇବାକୁ ଦେଇଥିଲେ। ପରେ ପୋଲିସ ଖବର ପାଇ ସେମାନଙ୍କୁ ନେଇଯାଇଥିଲେ। ଏହି ଯୁବକମାନେ ସମ୍ବଲପୁରରେ ଶ୍ରମିକ ଭାବରେ କାମ କରନ୍ତି। ଲକଡାଉନ ପରେ ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିବା ସହ ଭୋକ ଉପାସରେ ସେମାନଙ୍କୁ ରହିବାକୁ ପଡୁଥିବା ଜଣେ ଯୁବକ କହିଛନ୍ତି । ସେଥିପାଇଁ ସେମାନେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ସ୍ଥିତ ତାଙ୍କ ଗ୍ରାମକୁ ଯିବାପାଇଁ ସାଇକେଲରେ ବାହାରିଥିଲେ। ସମ୍ବଲପୁର, ଝାରସୁଗୁଡା ,ସୁନ୍ଦରଗଡ଼ ଦେଇ ରାତିରେ ରାଉରକେଲାର ରେଳବାଇ ଷ୍ଟେସନ ନିକଟରେ ପହଞ୍ଚି ଥିଲେ।ସେଠାରୁ ପୋଲିସ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଛନ୍ତି ।

hiranchal ad1
Leave A Reply

Your email address will not be published.

six + 13 =