ଇମ୍ରାନ୍ ନଜିରଙ୍କ ଠାରୁ ସେହ୍ୱାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ଭାବିବା ଭୁଲ୍‌: ଅଖତର

0 76

ଇସଲାମାବାଦ: ଆଜି ପାକିସ୍ତାନର ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ସୋହେବ ଅଖତର ପାକିସ୍ତାନର ଇମ୍ରାନ୍ ନଜିର ଓ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ସହ ତୁଳନା କରି କହିଛନ୍ତି ଯେ, ଇମ୍ରାନ୍ ନଜିରଙ୍କ ଠାରୁ ସ୍ୱେହାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ବୋଲି ଭାବିବା ଭୁଲ୍ ହେବ । ତାଙ୍କ ମତରେ ବୀରେନ୍ଦ୍ର ସେହ୍ୱାଗ ପୁରୁଣା ଖେଳାଳି ହୋଇପାରନ୍ତି; କିନ୍ତୁ ନଜିରଙ୍କ ନିକଟରେ ପ୍ରତିଭା ଅଧିକ ରହିଛି । ସେ ପୁଣି କହିଛନ୍ତି ଯେ, ଇମ୍ରାନ୍ ନଜିରଙ୍କ ଯେଉଁ ମସ୍ତିଷ୍କ ରହିଛି, ସେହ୍ୱାଗଙ୍କ ସେଭଳି ନଥାଇପାରେ, ଆହୁରି ମଧ୍ୟ ଇମ୍ରାନଙ୍କ ନିକଟରେ ଯାହା ପ୍ରତିଭା ରହିଛି, ସେହ୍ୱାଗଙ୍କ ନିକଟରେ ନଥାଇପାରେ । ସେ ପୁଣି କହିଥିଲେ ଯେ, ଇମ୍ରାନ୍ ନଜିର ଯେତେବେଳେ ଭାରତ ବିପକ୍ଷରେ ଶତକୀୟ ଇଂନିସ୍ ଖେଳିଥିଲେ ମୁଁ ସେତେବେଳେ ଭାରତୀୟ ଦଳକୁ ଇମ୍ରାନଙ୍କ ସହ ଆହୁରି ଅଧିକ ଖେଳିବାକୁ କହିଥିଲି, କିନ୍ତୁ କେହି ମୋ କଥାକୁ ଶୁଣିନଥିଲେ । ସୂଚନାଯୋଗ୍ୟ, ନଜିର ୮ଟି ଟେଷ୍ଟ ମ୍ୟା୍‌ଚାରୁ ୪୨୭ ରନ୍ କରିଥିବା ବେଳେ ୭୯ଟି ଏକ ଦିବସୀୟ ଖେଳି ୧୮୯୪ ରନ୍ କରିଛନ୍ତି । ତେବେ ବୀରେନ୍ଦ୍ର ସେହ୍ୱାଗ ୧୦୪ଟି ଟେଷ୍ଟ ମ୍ୟାଚ୍‌ରୁ ୮୫୮୬ ରନ୍ କରିଥିବା ବେଳେ ୨୫୧ଟି ଏକଦିବସୀୟରୁ ୮୨୭୩ ରନ୍ କରିଛନ୍ତି । ତେବେ ନଜିରଙ୍କ ଆହୁରି ଲମ୍ବା କ୍ୟାରିୟର ପଡ଼ିଛି । ତାଙ୍କଠାରେ ଯେଉଁ ପ୍ରତିଭା ରହିଛି ସେ ଅନ୍ୟାୟସରେ ସେହ୍ୱାଗଙ୍କ ପ୍ରତିଭାକୁ ଅତିକ୍ରମ କରିପାରିବେ ବୋଲି ଅଖତର ଏକ ସାକ୍ଷାତକାରରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 19 =