ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ୨ଘଣ୍ଟିଆ ତୋଫାନୀ ଗସ୍ତ : ସମ୍ବଲପୁର ପୁଲିସ ପ୍ରଶାସନିକ କାର୍ଯ୍ୟନେଇ ସନ୍ତୁଷ୍ଟ

0 163

ସମ୍ବଲପୁର:ଓଡିଶା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଏକ ତୋଫାନୀ ଗସ୍ତରେ ସମ୍ବଲପୁର ପହଞ୍ଚି ଦୁଇଘଣ୍ଟାରେ ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଗସ୍ତର ଶେଷ ପର୍ଯ୍ୟାୟରେସେ ସ୍ଥାନୀୟ ପୁଲିସ ଡିଆଇଜି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ସେ କହିଲେ ଯେ ଏଠାରେ ପୁଲିସ ସହିତ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସାଂପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଓ ସେମାନଙ୍କ କାର୍ଯ୍ୟରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏକ ଶାସକୀୟ ହେଲିକେପ୍ଟର ଯୋଗେ ଆସି ପ୍ରାୟ ୧୦ଟା ୧୫ମିନିଟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ସ୍ୱାଗତ ପାଇଁ ଆରଡିସି ନିରଞ୍ଜନ ସାହୁ, ଜିଲ୍ଲାପାଳ ଶୁଭମ ସକସେନା, ଡିଆଇଜି ହିମାଂଶୁ ଲାଲ, ଏସପି ଡା. କେ.ଭି ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ସେ କ୍ଷେତରାଜପୁର ଓ ଟାଉନଥାନା ଏହିପରି ୨ଟି ପୁଲିସ କାର୍ଯ୍ୟାଳୟ ପରିଦର୍ଶନ ସହିତ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଡିଆଇଜି କାର୍ଯ୍ୟାଳୟରେ ଅପେକ୍ଷାରତ ସାମ୍ବାଦିକମାନଙ୍କ ସମ୍ମୁଖରେ ତାଙ୍କର ଗସ୍ତର ନିଷ୍କର୍ଷ ବିଷୟରେ ଜଣାଇଥିଲେ । ପ୍ରାୟ ସାଢେ ୧୨ଟାରେ ସେ ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।

hiranchal ad1
Leave A Reply

Your email address will not be published.

20 − seven =