ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ

0 683

ବୌଦ୍ଧ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ପ୍ରଦତ୍ତ ଶୁଖିଲା ଖାଦ୍ୟଗୁଡିକୁ ବିଭିନ୍ନ ସେବାଶ୍ରମରେ ଅନ୍ତେବାସୀମାନଙ୍କୁ ବଣ୍ଟନ କରାଯାଇଛି । ଆଜି ଏହି ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଅନ୍ତେବାସୀମାନଙ୍କୁ ନିଜ ହସ୍ତରେ ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ । ଆଜି ପୂର୍ବାହ୍ନରେ ଚାରିଛକ ନିକଟରେ ଥିବା ବନଦୁର୍ଗା ଜରାଶ୍ରମରେ ଓ ବୀରନରସିଂହପୁରସ୍ଥିତ କରଡି ବାଳାଶ୍ରମରେ ସାଂସଦ ଡ. ସାମନ୍ତଙ୍କ ଦ୍ୱାରା ପ୍ରଦତ୍ତ ଶୁଖିଲାଖାଦ୍ୟ ପ୍ୟାକେଟ ଅନ୍ତେବାସୀଙ୍କୁ ଦିଆଯାଇଥିଲା ।

hiring

ସେହିପରି ଗତକାଲି ମଧ୍ୟ ଅପରାହ୍ନରେ ବୌଦ୍ଧର ନାରାୟଣନଗର ସ୍ୱଧାରଗୃହରେ ଥିବା ୫୦ଜଣ ଅନ୍ତେବାସୀଙ୍କୁ ଏହି ଶୁଖିଲା ଖାଦ୍ୟ ଦିଆଯାଇଥିବାବେଳେ ହାରଭେଷ୍ଟ ବ୍ଲେସିଙ୍ଗ ହୋମରେ ରହୁଥିବା ୧୦ଜଣ ଅନାଥ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା । ଶୁଖିଲା ଖାଦ୍ୟରେ ଚୁଡା, ଚିନି, ବିସ୍କୁଟ, କାଜୁକିସମିସ, ବାଦାମ ଇତ୍ୟାଦି ରହିଛି । ଏହି କାର୍ଯ୍ୟ ବୌଦ୍ଧଜିଲ୍ଲା କିଟ୍‌/କିସ୍ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥିବାବେଳେ ଜିଲ୍ଲା ଶିଶୁ ୟୁନିଟ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସେବାଶ୍ରମରେ ଥିବା ଅନ୍ତେବାସୀଙ୍କୁ ମଧ୍ୟ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

4 × four =