ପ୍ରବାସୀ ଶ୍ରମିକ : କେତେବେଳେ କ’ଣ କ’ଣ ଖାଇବେ ମାର୍ଗଦର୍ଶୀକ ଜାରି

0 511

ବୌଦ୍ଧ: ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକମାନଙ୍କୁ ନିଜଘରକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କାର୍ଯ୍ୟଚାଲିଛି । ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ଦିନ ପାଇଁ ନିଜନିଜ ଅଞ୍ଚଳରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟଶିବିର ମାନଙ୍କରେ ରହିବେ । ପରେ ସେମାନଙ୍କୁ ନିଜନିଜ ଘରମାନଙ୍କୁ ଯିବାକୁ ଅନୁମତି ଦିଆଯିବ । ପୁର୍ବରୁ ନିଜ ଖର୍ଚ୍ଚରେ ଘରକୁ ବାହାର ରାଜ୍ୟରୁ ଫେରି ଆସିଥିବା ଶ୍ରମିକମାନଙ୍କୁ ଏହି ଅସ୍ଥାୟୀ ଶିବିର ମାନଙ୍କରେ ମଧ୍ୟ ରଖାଯାଇଛି ।
ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କରେ ଯେଉଁ ଶ୍ରମିକମାନେ କ୍ୱାରେଣ୍ଟାଇନରେ ରହିବେ ସେମାନଙ୍କୁ ଯୋଗାଇ ଦେବାକୁ ଥିବା ବିଭିନ୍ନ ସୁବିଧା ଓ ଆତିଥ୍ୟ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ଏକ ମାର୍ଗଦର୍ଶୀକା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରିଛନ୍ତି । ପ୍ରତିଦିନ ବୟସ୍କ ଲୋକଙ୍କ ଖାଦ୍ୟ ବାବଦରେ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ୧୪ଦିନର ରହଣୀ ପାଇଁ ସେମାନଙ୍କ ପିଛା ୩ଶହ ଟଙ୍କାର ବ୍ୟକ୍ତିଗତ କିଟ୍ ପ୍ରଦାନ କରାଯିବ । ଯେଉଁଥିରେ ଜଣକୁ ଏକ ଦାନ୍ତଘଷିବା ବ୍ରସ, ପେଷ୍ଟ, ସାବୁନ, ଦେହରେ ଲଗାଇବା ତେଲ, ଦାଢିକାଟିବା ପାଇଁ ବ୍ଲେଡ, ମାସ୍କ, ମଗ୍‌, ପାଣିବୋତଲ ଓ ପ୍ଲାଷ୍ଟିକ ବାଲ୍‌ଟି ରହିବ । ପ୍ରତ୍ୟେକ ବେଡ ପିଛା ୨ଟି ବେଡସିଟ୍‌, ୨ଟି ତକିଆ ଖୋଳ ପ୍ରଦାନ କରାଯିବ । ଏସବୁ ଜିନିଷ ଶିବିରରେ ଉପଲବ୍ଧ ନଥିଲେ ଭଡାରେ ଆଣିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପରିବେଶ ସଫେଇ ଏବଂ ସୁରକ୍ଷା ପାଇଁ ଦୈନିକ ୨ହଜାର ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯିବ ।
ପ୍ରବାସରୁ ଫେରନ୍ତା ବ୍ୟକ୍ତିଙ୍କୁ କେତେବେଳେ କେଉଁ ଖାଦ୍ୟ ପରସା ଯିବ ତାହାର ତାଲିକା ମଧ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୮ଘଣ୍ଟାରୁ ୯ଘଣ୍ଟା ମଧ୍ୟରେ ସକାଳ ଜଳଖିଆ, ମଧ୍ୟାହ୍ନ ସାଢେ ୧୨ଟାରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ୫ଟାବେଳେ ଚା’ ବିସ୍କୁଟ ଓ ରାତି ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରୀଭୋଜନ ଦିଆଯିବ । କେଉଁଦିନ ଜଳଖିଆ, ମଧ୍ୟାହ୍ମ ଭୋଜନ ଓ ରାତ୍ରୀଭୋଜନରେ କଣ କଣ ରନ୍ଧାଯିବ ତାହାମଧ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven + eighteen =