ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ : ଗ୍ୟାସ ଲିକ ହୋଇ ତିନିଜଣ ଅସୁସ୍ଥ

0 98

ରାଉରକେଲା : ଇସ୍ପାତ କାରଖାନା ସିପିପି -1 ରେ ଅଘଟଣ । ଗୁରୁବାର ସକାଳେ ଗ୍ୟାସ ଲିକ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ ତିନିଜଣ କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇଜିଏଚ ର ଆଇସିୟୁ ରେ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କଜୁଆଲିଟି ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି । ତେବେ କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାହା ଏଯାବତ ଜଣାପଡିନାହିଁ । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି RSP ପକ୍ଷରୁ ସୂଚନା ମିଳିଛି । ଅସୁସ୍ଥ ଥିବା ସୌରଭ ସିହ୍ନା (31) ମ୍ୟାନେଜର, ପିଏମ୍ ସାହୁ (50) ସିନିଅର ଟେକନିସିଆନଙ୍କ ଇସ୍ପାତ ଜେନେରାଲ ହସପିଟାଲ ରେ ଏବେ ଚିକିତ୍ସା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

6 + one =