୩୩ରେ ପଦାର୍ପଣ କଲେ “ହିଟ୍‌ମ୍ୟାନ୍‌’

0 105

ନୂଆଦିଲ୍ଲୀ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା “ହିଟ୍‌ମ୍ୟାନ୍‌’ ଭାବେ ବିବେଚିତ ରୋହିତ ଶର୍ମା ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ଏକଦିବସୀୟ, ଟେଷ୍ଟ ଓ ଆଇପିଏଲ୍ ଯେଉଁଥିରେ ବି ଦେଖିବ ତାଙ୍କର ଛକା, ଚୌକା ବର୍ଷା । ଏଭଳି ଛକା, ଚୌକା ବର୍ଷା ଯୋଗୁଁ ତାଙ୍କୁ ହିଟ୍‌ମ୍ୟାନ୍ ଭାବେ ବିବେଚିତ କରାଯାଇ ସବୁ ମହଲରୁ ହାପି ବାର୍ଥଡେ ବୋଲି ସୋଶିଆଲ୍ ମିଡ଼ିଆରେ ବାର୍ତ୍ତା ଆସିଯାଇଛି । ଖାଲି ସାଙ୍ଗସାଥୀ ନୁହେଁ, ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ ମଧ୍ୟ ତାଙ୍କ ନିକଟକୁ ଟ୍ୱିଟ୍ ଯୋଗେ \”ହାପି ବାର୍ଥଡେ\’ର ବାର୍ତ୍ତା ପଠାଇ ଦେଇଛି । ୩୬୪ଟି ଅନ୍ତର୍ଜାତୀୟ ଖେଳ ଖେଳି ୧୪,୦୨୯ ରନ୍ ସହ ୩୯ଟି ଶତକର ରେକର୍ଡ଼ଧାରୀ ରୋହିତ ଆଜି ଭାରତୀୟ କ୍ରିକେଟ୍ ଜଗତର ଜଣେ ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍ ଭାବେ ଉଭା ହୋଇପାରିଛନ୍ତି । ସେ କ୍ରିଜ୍‌ରେ ଥିବା ସମୟରେ ଅପରପକ୍ଷ ବୋଲରମାନେ ଭୀତତସ୍ତ ହୋଇପଡ଼ନ୍ତି । କିଭଳି ବୋଲିଂ କରିଲେ ରୋହିତ ଆଉଟ୍ ହେବେ ଏହିଭଳି ଚିନ୍ତାରେ ପଡ଼ିଯାଆନ୍ତି ବୋଲରମାନେ । କିନ୍ତୁ ରୋହିତ କୌଣସି ବୋଲରଙ୍କୁ ଖାତିରି ନକରି ନିର୍ଧୁମ ଛକା, ଚୌକା ପିଟି ଚାଲନ୍ତି । ସେହିପରି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ଼ ମଧ୍ୟ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଟ୍ୱିଟ୍ ଯୋଗେ ପଠାଇ ଦେଇଛି । ସୁରେଶ ରାଇନା ତାଙ୍କ ଟ୍ୱିଟ୍ ବାର୍ତ୍ତା ଦେଇ କହିଛନ୍ତି ଯେ, ମହାମାରୀ କରୋନାକୁ ଦୂରେଇବାକୁ ହେଲେ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + sixteen =