ରାଜସ୍ଥାନର କୋଟାରୁ ଫେରୁଛନ୍ତି ଛାତ୍ରଛାତ୍ରୀ

0 115

ରାଉରକେଲା ରାଜସ୍ଥାନର କୋଟାରେ ପାଠ ପଢିବାକୁ ଯାଇଥିବା ରାଉରକେଲାର 116 ଜଣ ଛାତ୍ରଛାତ୍ରୀ ଗୁରୁବାର ଦିନ ବସ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସରେ ଛାତ୍ରଛାତ୍ରୀ ମାନେ ବାହାରିଛନ୍ତି । ସେମାନେ ବସରେ ଚଢିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ସ୍କ୍ରିନିଂ କରାଯାଇଥିଲା । ବସକୁ ମଧ୍ୟ ବିଶୋଧନ କରାଯାଇଥିଲା । ଏହି ବସ ମଧ୍ୟପ୍ରଦେଶ , ଛତିଶଗଡ଼ , ସମ୍ବଲପୁର , ଝାରସୁଗୁଡା ଦେଇ 30 ଘଣ୍ଟା ପରେ ରାଉରକେଲାରେ ପହଞ୍ଚିବ ବୋଲି ଜଣାପଡିଛି ।

hiring

ରାଉରକେଲାରେ ପହଁଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଇ କ୍ବାରେଣ୍ଟାଇନରେ ରଖାଯିବ । ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ, କେତେକ ଅଭିଭାବକ ରାଉରକେଲା ଏଡିଏମଙ୍କୁ ଭେଟି ଥିଲେ । ରାଜ୍ୟ ବାହାରେ ଫସିଥିବା ସେମାନଙ୍କ ପିଲାଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ଏପରିକି, ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କୁ ମଧ୍ୟ ଅଭିଭାବକମାନେ ଭେଟିଥିଲେ । ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ, ଛାତ୍ରଛାତ୍ରୀ ମାନେ ନିଜସ୍ବ ଅର୍ଥରେ ଘରକୁ ଫେରୁ ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × 4 =