ଭାଜପା ତରଫରୁ ରକ୍ତଦାନ ଶିବିର : ୩୫ ୟୁନିଟ ରକ୍ତ ସଂଗ୍ରହ

0 97

ସମ୍ବଲପୁର: ଏକ ତ୍ୱରିତ ରକ୍ତ ସଂକଳନ ଅଭିଯାନକ୍ରମେ ଆଜି ସମ୍ବଲପୁରରେ ମାତ୍ର ୨ଘଣ୍ଟାରେ ୩୫ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ବର୍ତ୍ତମାନ କରୋନା ସଙ୍କଟ ସମୟରେ ପ୍ରତ୍ୟେକ ହସ୍ପିଟାଲରେ ରକ୍ତର ଚାହିଦା ରହିଥିବାରୁ ଏହାବହୁତ ମୂଲ୍ୟବାନ ପ୍ରମାଣିତ ହେବ । ଆଜିସକାଳ ୮ଟାରେ ଏଠାକାର ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସେଠାରେ ଏହି ରକ୍ତସଂଗ୍ରହ କରୁଥିବା ବୁର୍ଲା ବ୍ଲଡବ୍ୟାଙ୍କର ଡା. କାଲିଚରଣ କିସ୍କୁଙ୍କ କହିବା ଅନୁସାରେ ସେଠାରେ ରକ୍ତଦାତାମାନେ ମାନସିକ ରୁପେ ପ୍ରସ୍ତୁତ ରହିଥିଲେ ଓ ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେଲାକ୍ଷଣି ଗୋଟିଏ ପରେ ଗୋଟିଏ ରକ୍ତଦାନ କରିଚାଲିଲେ ।

hiring

ଏହିପ୍ରକାରେ ମାତ୍ର ତିନୋଟି ଶଯ୍ୟା କାର୍ଯ୍ୟକାରୀ ରହିଥିବା ସତ୍ତ୍ୱେ ତାଙ୍କର ୬ଜଣ ସହଯୋଗୀଙ୍କ ସାହାଯ୍ୟରେ ୨ଘଣ୍ଟାରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଭାଜପାର ବରିଷ୍ଠ ନେତା ରୁପେ ସ୍ଥାନୀୟ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ ଓ ପୂର୍ବତନ ନଗରପାଳ ଓ ବର୍ତ୍ତମାନ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ପାର୍ଟି କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହଯୋଗରେ ଏହା ସଫଳ ହୋଇପାରିଛି ବୋଲି ଆଞ୍ଚଳିକ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

10 − 4 =