୭୦ ଲିଟର ମହୁଲି ମଦ ସହ ମଦରନ୍ଧା ସାମଗ୍ରୀ ଓ ୯୦ କେଜି ମହୁଲପୋଚ ଜବତ

0 444

ଦେବଗଡ଼: ଜିଲାରେ କରୋନା ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲି ମଦ ସହ ମହୁଲ ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ୍ କରାଯାଇଛି । ଚାରିଟି ମାମଲା ଋଜ୍ଜୁ ହୋଇଥିବାବେଳେ ପୌରପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ଼ ନିଳବେରେଣି ସାହିର ପୁଟୁ ମୁଣ୍ଡା ପାଖରୁ ୫୦ ଲିଟର,ମଙ୍ଗୁଳୁ ମୁଣ୍ଡା ପାଖରୁ ୩୦ କେ,ଜି. କୁସୁନା ପୋଚ, ମଙ୍ଗୁଳି ହେମରମ୍‌ଠାରୁ ୬୦ କେ.ଜି. କୁସୁନା ପୋଚ ଓ ୱାର୍ଡ଼ ନଂ୬ ଆତିଶାଳ ସାହିର ଟାଇସନ ନାଏକ ପାଖରୁ ୨୦ ଲିଟର ମହୁଲି ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଜିଲାପାଳଙ୍କ ନିର୍ଦ୍ଦେଶରେ ଦେବଗଡ଼ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ ଓ ରାଧାକାନ୍ତ ଭୋଇ ନେତ୍ୟତ୍ୱରେ ସଦଳବଳେ ଚଢ଼ାଉ କରାଯାଇ ବେଆଇନ ଭାବରେ ବିକ୍ରୀ କରୁଥିବା ମହୁଲି ମଦ ୭୦ ଲିଟର ଓ କୁସୁନା ପୋଚ ୯୦ କେ,ଜି, ଜବତ କରାଯାଇଥିଲା । ଉକ୍ତ ଚଢ଼ଉ ବେଳେ ବାରକୋଟ ଅବକାରୀ ଉପ-ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ, ଦେବଗଡ଼ ଅବକାରୀ ସହ ଉପ-ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ଦିଲିପ କୁମାର ଶତପଥି,ଲୋକନାଥ ବେହେରା,ପଦ୍ମାଳୟା ମୁଣ୍ଡା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + twenty =