୫୩ ବର୍ଷ ପରେ ଇଟାଲି ଜିତିଲା ୟୁରୋ କପ, ଇଂଲଣ୍ଡକୁ ଶୁଟ ଆଉଟ୍‌ରେ ହରାଇଲା

0 52

ନୂଆଦିଲ୍ଲୀ:  ୟୁରୋ କପ୍ ୨୦୨୦ର ଫାଇନାଲ ମୁକାବିଲାରେ ଇଟାଲି ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ୩-୨ରେ ହରାଇ ଟାଇଟଲ ହାସଲ କରିଛି । ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି । ଘରୋଇ ଦର୍ଶକଙ୍କସାମ୍ନାରେ ଖେଳୁଥିବା ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି । ଇଟାଲି ଫାଇନାଲରେ ଜିତିବା ସହ ଲଗାତର ୩୪ଟି ମ୍ୟାଚ୍ ଜିତି ବିଜୟ ରଥକୁ ଆଗକୁ ନେଇଛି । ଏହାପୂର୍ବରୁ ଇଟାଲି ୧୯୬୮ରେ ୟୁରୋ କପ୍ ଜିତିଥିଲା ।

hiring

ଫାଇନାଲ ମୁକାବିଲା ଆରମ୍ଭରୁ ଇଂଲଣ୍ଡ ଭଲ ଖେଳିଥିଲା । ଦଳ ପକ୍ଷରୁ ଲ୍ୟୁକ୍ ସ ମ୍ୟାଚର ଦ୍ୱିତୀୟ ମିନିଟରେ ହିଁ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ ହାଫ୍‌ରେ ଇଂଲଣ୍ଡ ଭଲ ଖେଳିଥିଲା । ତେବେ ଲିୟୋନାଡୋ ବୋନୁଚି ମ୍ୟାଚର ୬୭ ମିନିଟରେ ଦ୍ୱିତୀୟ ଗୋଲ କରି ସ୍ଥିତିକୁ ବରାବର କରିଥିଲେ । ଏହାପରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ନହେବାରୁ ମ୍ୟାଚକୁ ଆଉ ୩୦ ମିନିଟ ବଢାଯାଇଥିଲା । ଏହି ୩୦ ମିନିଟରେ ମଧ୍ୟ କେହି କାହାକୁ ଗୋଲ୍ ଦେଇନଥିଲେ ।

ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ୟୁରୋ କପ୍ ଫାଇନାଲ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ଇଟାଲି ତରଫରୁ ଡୋମାନିକା ବେରାଡି, ଫେଡରିକୋ ଓ ଲିୟୋନାଡୋ ଗୋଲ୍ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ହ୍ୟାରି କେନ୍, ହ୍ୟାରି ମାଗୁଆର ଗୋଲ୍ ଦେଇଥିଲେ । ତେବେ ଇଂଲଣ୍ଡର ଆଉ କିଛି ଖେଳାଳି ବଲକୁ ଗୋଲପୋଷ୍ଟରେ ପହଁଚାଇବାରେ ବିଫଳ ହୋଇଥିଲା । ଫଳରେ ଇଂଲଣ୍ଡର ବିଜୟ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ।

hiranchal ad1
Leave A Reply

Your email address will not be published.

three + 8 =