କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରହିଲା ଉଲ୍ଲାସ ବିହୀନ ରଥଯାତ୍ରା

0 73

କଣ୍ଟାବାଞ୍ଜି,୧୨/୭- କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରଥଯାତ୍ରା ଉଲ୍ଲାସ ବିହୀନ ରହିଛି । ବିନା ଭକ୍ତ ଓ ରଥରେ ପାଳନ ସେବାୟତ ଓ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କୁ ନେଇ ମନ୍ଦିର ପରିସରରେ ହିଁ ପାଳନ କରାଯାଇଛି । ସକାଳ ସମୟ ରେ ମନ୍ଦିର ପୂଜାରୀଙ୍କ ଦ୍ୱାରା ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନା ବିଧିପୂର୍ବକ କରାଯାଇଛି । ପୂଜାର୍ଚ୍ଚନା ପରେ ଠାକୁରମାନଙ୍କୁ ମନ୍ଦିର ପ୍ରାଙ୍ଗଣରେ ବିରାଜିତ କରାଯାଇ ମନ୍ଦିରର ଦୁଇପାର୍ଶ୍ୱରେ ବାଉଁଶର ବ୍ୟାରିକେଟ ଦିଆଯାଇଛି । ଭକ୍ତମାନେ ବ୍ୟାରିକେଟ ବାହାରୁ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି । ମନ୍ଦିର କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୃତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

16 − 9 =