କମିନ୍ସ ହେଲେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ, ଜାଣନ୍ତୁ କିଏ ହେଲେ ଉପ ଅଧିନାୟକ

0 68

ସିଡନୀ : ଅଷ୍ଟ୍ରେଲିଆର ନିୟମିତ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଥିଲା । କ୍ରିକେଟ ଅଷ୍ଟ୍ରେଲିଆ ପଦ ପୂରଣ କରିଛନ୍ତି । ଦଳର ଷ୍ଟାର ବୋଲର ପ୍ୟାଟ କମିନ୍ସଙ୍କୁ ଦଳ ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ଡେପୁଟୀ ଭାବେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ନିଯୁକ୍ତି ଦିଆଯାଇଛି । ଏ ବିଷୟରେ ଖୋଦ ଷ୍ଟିଭ୍‌ ସ୍ମିଥ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଅଷ୍ର୍ଟ୍ରେଲୀୟ ଦଳର ଅଧିନାୟକତ୍ୱ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆର ପାଞ୍ଚ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍‌ ଦ୍ୱାରା ଉଭୟଙ୍କୁ ସାକ୍ଷାତକାର ନିଆଯାଇଥିବା କଥା ସେ କହିଛନ୍ତି । ଶୁକ୍ରବାର ଦିନ କ୍ରିକେଟ୍‌ ଅଷ୍ର୍ଟ୍ରେଲିଆ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ସ୍ମିଥ୍‌ଙ୍କ ଉପ-ଅଧିନାୟକ କରିଛି । । ସ୍ମିଥ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ରହିଆସିଛନ୍ତି, କିନ୍ତୁ ବଲ୍‌ ଟାମ୍ପରିଂ ବିବାଦ ପରେ ତାଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା ।
ସ୍ମିଥ ସୋସିଆଲ ମିଡିଆରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଦଳର ୪୭ ତମ ଟେଷ୍ଟ ଅଧିନାୟକ ହୋଇଥିବାରୁ ପାଟ କମିନ୍ସଙ୍କୁ ଅଭିନନ୍ଦନ । ସେ ଜଣେ ମହାନ ଲିଡର ଏବଂ ଜଣେ ଅଧିନାୟକ ଭାବରେ ମହତ୍‌ କାର୍ଯ୍ୟ କରିବେ । ତାଙ୍କ ସହ ଉପ-ଅଧିନାୟକ ଭାବରେ ମନୋନୀତ ହୋଇ ମୁଁ ଗର୍ବିତ । ପ୍ୟାଟ୍‌ କମିନ୍ସ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଟିମ୍‌ ପେଏ ଯେଉଁଭଳି ଭାବେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ୱ ନେଇଥିଲେ ସେ ମଧ୍ୟ ସେହିଭଳି ଦଳର ନେତୃତ୍ୱ ନେବାକୁ ଚାହୁଁଛନ୍ତି । ସେକ୍ସଚାଟିଂ ସ୍କାଣ୍ଡର୍ଲ ପରେ ଟିମ୍‌ ପେନ୍‌ ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =