ବିବାହ ବନ୍ଧନରେ ବାନ୍ଧିହେଲେ ଅଷ୍ଟ୍ରେଲିଆର ଏହି ସ୍ପିନର

0 73

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସ୍ପିନର ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ବିବାହ କରିଛନ୍ତି । ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି ।
ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା କାରଣରୁ ଦୁଇ ଦୁଇ ଥର ଘୁଞ୍ଚାଇବାକୁ ପଡିଥିଲା । ହେଲେ ଶେଷରେ ଉଭୟ ବିବାହ କରିବାରେ ସଫଳ ହୋଇଛନ୍ତି । ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ହେଟି ସର୍ବଦା ଜାମ୍ପାଙ୍କ ସହ ବିଦେଶ ଗସ୍ତରେ ଯାଇଥାନ୍ତି ।
ଉଲ୍ଲେଖଯୋଗ୍ୟ, ଆଡମ ଜାମ୍ପାଙ୍କୁ ଶୀଘ୍ର ୱେଷ୍ଟଇଣ୍ଡିଜ ଗସ୍ତରେ ପଡିଆରେ ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆ ଇଣ୍ଡିଜ ଗସ୍ତରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବ । ଜମ୍ପା ନିକଟରେ ବାୟୋ ବବଲରେ ପଡୁଥିବା ମାନସିକ ଚାପ କାରଣରୁ ଆଇପିଏଲ ୨୦୨୧କୁ ଅଧାରେ ଛାଡି ସ୍ୱେଦେଶ ଫେରି ଯାଇଥିଲେ ।

hiranchal ad1
Leave A Reply

Your email address will not be published.

fourteen + 19 =