ପୁଣି ବଢିଲା ତୈଳ ଦର

0 105

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଘଟିଛି । ଆଜି ତୈଳଦର ବିଭିନ୍ନ ସ୍ଥାନରେ ୨୫ରୁ ୨୮ ପଇସା ଲେଖାଏ ମହଙ୍ଗା ହୋଇଛି । ଫଳରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଏକାଧିକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଦାମ ମଧ୍ୟ ସେଞ୍ଚୁରୀ ପାଖରେ ପହଞ୍ଚି ଗଲାଣି ।
ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଛି । ଏଠାରେ ଆଜି ସକାଳୁ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୩ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଏହା ୧୦୩.୩୬ ଟଙ୍କା ରହିଥିଲା । ଏହାର ଅର୍ଥ ପେଟ୍ରୋଲ ୨୭ ପଇସା ମହଙ୍ଗା ହୋଇଛି ।
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୨୮ ପଇସା ଓ ଡିଜେଲର ଲିଟର ପିଛା ଦାମ ୨୬ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୯୭.୫୦ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୮.୨୩ ଟଙ୍କାରେ ପହଞ୍ଚି ଯାଇଛି ।

hiranchal ad1
Leave A Reply

Your email address will not be published.

three × 1 =