ଓଡ଼ିଶା ଟେନିସ ଭଲିବଲ୍‌ ଆସୋସିଏସନ୍‌ ତରଫରୁ ବିଶ୍ୱ ଟେନିସ ଭଲିବଲ୍‌ ଦିବସ ପାଳିତ

0 50

କଟକ ୧୬/୦୭:- ବିଶ୍ୱ ଟେନିସ ଭଲିବଲ୍‌ ଦିବସ ଇତି ମଧ୍ୟରେ ଆଜି ସକାଳ ୮ଟା ସମୟରେ କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମଠାରେ ପାଳନ କରାଯାଇଛି । ବର୍ତ୍ତମାନର କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମକୁ ମାନି ଓଡିଶା ଟେନିସ ଭଲିବଲ ଆସୋସିଏସନ ତରଫରୁ ଚେୟାରମ୍ୟାନ ବିଘ୍ନ ନାରାୟଣ ଭୋଳ, ସେକ୍ରେଟାରୀ ଶଶିକାନ୍ତ ନାଏକ, କୌଳାସ ବାରିକ, ଅର୍ଣ୍ଣବ ସିହ୍ନା, ମିଡ଼ିଆ ପାର୍ଟନର ଭାବେ ଭାରତ ଭୂଷଣ ରାଏ ଓ ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାହୁ, ଜ୍ଞାନରଞ୍ଜନ ସ୍ୱାଇଁ, ସୌର ମୋହନ ସାମଲ, ସ୍ମୃତି ରଞ୍ଜନ ମହାପାତ୍ର, ଅଭିଜିତ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମାପନ କରାଯାଇଛି ।

hiring

ସମ୍ପାଦକ ଶଶିକାନ୍ତ ନାୟକ ସମସ୍ତ ଖେଳାଳି ମାନଙ୍କ ସହିତ ଆସୋସିଏସନ୍‌ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡନ କରିଥିଲେ । କେବଳ ଟେନିସ ଭଲିବଲ୍‌ ଦିବସ ନୁହେଁ ବିଘ୍ନନାରାୟଣ ଭୋଳଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ ସହିତ ଟେନିସ ଭଲିବଲ୍‌ ଖେଳ ପ୍ରଦର୍ଶନ ଓ ଆଗାମୀ ଦିନରେ ଓଡ଼ିଶାରେ ଟେନିସ ଭଲିବଲ୍‌କୁ ଆଗକୁ ନେବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥି ସହିତ ଚେୟାରମ୍ୟାନ ଶ୍ରୀ ଭୋଳ ଖେଳାଳିମାନଙ୍କୁ ଅଭିବାଦନ ଦେବା ସହ କରମର୍ଦ୍ଦନ କରିବା ପରେ କେକ୍‌ କାଟି ଉତ୍ସବକୁ ପାଳନ କରିଥିଲେ । କରୋନା କଟକଣାକୁ ଆଖିରେ ରଖି ବହୁ କମ୍‌ ସମୟ ମଧ୍ୟରେ ଏହି ଉତ୍ସବକୁ ସମାପନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × one =