ବୌଦ୍ଧ: ଆଜି ଜିଲ୍ଲାରେ ପୁଣି ୧୧ ଆକ୍ରାନ୍ତ ଚିହ୍ନଟ

0 177

ବୌଦ୍ଧ,୧୬/୭: ଗତକାଲି ବୌଦ୍ଧଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଜିଲ୍ଲାରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ଗୋଚ୍ଛାପଡା ପଞ୍ଚାୟତ ମାଳିସାହିରୁ ଜଣେ, ମୁର୍ଷୁଣ୍ଢି ପଞ୍ଚାୟତ ମୁର୍ଷୁଣ୍ଢି ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକର ଆଡେଣିଗଡ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ଜଣେ, ବାଣୀଭୂଷଣପୁର ପଞ୍ଚାୟତ ମାର୍ଦ୍ଦିଙ୍ଗ ଗ୍ରାମରୁ ଜଣେ, ସାଂପୋଚ ପଞ୍ଚାୟତ ସାନସୁବଳୟା ଗ୍ରାମରୁ ଜଣେ, ଲୁଣିବାହାଲ ପଞ୍ଚାୟତ ଲୁଣିବାହାଲ ଗ୍ରାମରୁ ଜଣେ, ରାମଗଡ ପଞ୍ଚାୟତ ମହୀବାହାଲ ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତ ବଡଛପାପାଲି ଗ୍ରାମରୁ ଜଣେ, ଯୋଗୀନ୍ଦ୍ରପୁର ପଞ୍ଚାୟତ ଯୋଗୀନ୍ଦ୍ରପୁର ଗ୍ରାମରୁ ୨ଜଣ, ଖଟଖଟିଆ ପଞ୍ଚାୟତ କୁମରକେଲି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୨୪ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୧୨୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୧୨ ଜଣ ଚିକିତ୍ସାଧୀନ ଏବଂ ୮୯ ଜଣ ମୃତ୍ୟୁବରଣ କରିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

four × 5 =