କରୋନା ତୃତୀୟ ଲହରକୁ ରୋକିବାକୁ ପଡିବ, ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

0 143

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ନେଇ କେନ୍ଦ୍ର ସରକାର ଅସୁବିଧାରେ ପଡିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ପ୍ରସଙ୍ଗ ଉପରେ ନଜର ଦେଇଛନ୍ତି । ଏହି ରାଜ୍ୟରେ ବଢୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡିଶା ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁୁଆଲ୍‌ ବୈଠକ କରିଥିଲେ ।

hiring

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଆସୁଥିବା ମୋଟ ମାମଲା ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମାମଲା ଏବଂ ମୃତ୍ୟୁ କେବଳ ଏହି ରାଜ୍ୟଗୁଡିକରୁ ଆସୁଛି । ଏହାକୁ ଶୀଘ୍ର କମ୍‌ କରିବାକୁ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଜରୁରୀକାଳୀନ କୋଭିଡ ରେସପନ୍ସ ଅଧୀନରେ ୨୩ ହଜାର କୋଟି ଟଙ୍କାର ଏକ ପାଣ୍ଠି ରଖାଯାଇଛି । ଏହାକୁ ସ୍ୱାସ୍ଥ୍ୟ ସେବାରେ ବ୍ୟବହାର କରିବା ଉଚିତ୍‌ । ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ପିଲାମାନଙ୍କୁ ଏହି ମହାବିପଦରୁ ରକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଏହି ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କ ଡାକ୍ତରଖାନାରେ ଶଯ୍ୟା ସ୍ଥିତି ବଢାଇବାକୁ ପଡିବ ଏବଂ ସ୍ୱାସ୍ଥ୍ୟ ସେବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ରାଜ୍ୟଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ େକୌଣସି ପରିସ୍ଥିତିରେ ତୃତୀୟ ଲହରର ସମ୍ଭାବନାକୁ ଏଡାଇବାକୁ ପଡିବ । ସେ କହିଛନ୍ତି ଯେ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ସ୍ଥିତିରେ ସୁଧାର ନହୁଏ ତେବେ ଏହା ଗୁରୁତର ହୋଇପାରେ । ଏହି ଅବସରରେ ସେ ସେହି ଦେଶଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଠାରେ କରୋନା କାରଣରୁ ପରିସ୍ଥିତି ଗୁରୁତର ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

sixteen − nine =