ଟି-୨୦ ବିଶ୍ୱକପ୍ ନେଇ ଚୟନ କମିଟିକୁ ଆର୍ଥର କ’ଣ କହିଲେ

0 88

କରାଚୀ : ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମ୍‌ରେ ମହମ୍ମଦ ଅମିରଙ୍କୁ ବାଦ୍ ଦିଆଯାଇପାରେ ବୋଲି ଚର୍ଚ୍ଚା ହେବା ପରେ ସେଥିନେଇ ପୂର୍ବତନ ପାକ୍ କୋଚ୍ ମାଇକ୍ ଆର୍ଥର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼କୁ ସତର୍କ କରାଇ ଦେଇ କହିଛନ୍ତି ଯେ, ଚୟନ କମିଟି ଯଦି ଅମିରଙ୍କୁ ଦଳରେ ସାମିଲ୍ ନକରେ, ତା’ହେଲେ ତାହା ଏକ ମସ୍ତବଡ଼ ଭୁଲ୍ ହେବ । କମିଟି ଏଭଳି ନିଷ୍ପତ୍ତି ନେଲେ ଦଳର ବହୁତ କ୍ଷତି ହେବ । ଏପରିକି ବିଶ୍ୱକପ୍‌ରେ ପାକିସ୍ତାନ ବଡ଼ ଧରଣର ବିପର୍ଯ୍ୟୟର ମଧ୍ୟ ସମ୍ମୁଖୀନ ହୋଇପାରେ । ଖେଳାଳି ଚୟନ ସମୟରେ ଅମିରଙ୍କୁ ଆଦୌ ନଜର ଅନ୍ଦାଜ କରାନଯାଉ ବୋଲି ସେ କହିଛନ୍ତି । ଆର୍ଥର କହିଛନ୍ତି ଯେ, ମୋ ମତରେ ଅମିର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର । ସେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି । ଯେକୌଣସି ସମୟରେ ସେ ଖେଳକୁ ଭିନ୍ନ ମୋଡ଼ ଦେଇ ଦଳ ସପକ୍ଷରେ କରାଇପାରିବେ । ତାଙ୍କର ବୋଲିଂ ମୁଁ ଅତି ନିକଟରୁ ନିରୀକ୍ଷଣ କରିଛି । ଅତି ଚମତ୍କାର ବୋଲିଂ ସେ କରନ୍ତି । ଟେଷ୍ଟ କ୍ରିକେଟ୍ ଛାଡ଼ିବା ପାଇଁ କାହିଁକି ସେ ନିଷ୍ପତ୍ତି ନେଲେ ତାହା ଭିନ୍ନକଥା; କିନ୍ତୁ ପାକିସ୍ତାନ ଚୟନ କମିଟି ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ଉପେକ୍ଷା କରିବା ଆଦୌ ଠିକ୍ ହେବ ନାହିଁ ବୋଲି ଆର୍ଥର ଦୃଢ଼ତାର ସହ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + fourteen =