ମହାମାରୀ ଆସିବ ବୋଲି ମୋତେ ଜଣାଥିଲା: ଅଖତର

0 115

କରାଚୀ : ଭିନ୍ନ ଭିନ୍ନ ମନ୍ତବ୍ୟ ପାଇଁ ପାକ୍ କ୍ରିକେଟର ସୋଏବ୍ ଅଖତର ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ସେ ଏଭଳି ଆଉ ଏକ ଦାବି କରିଛନ୍ତି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଖତାର କହିଛନ୍ତି ଯେ, ଆଜକୁ ୧୧ ବର୍ଷ ତଳେ ମୁଁ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲି ଯେ, ବିଶ୍ୱରେ ଏକ ଭୟଙ୍କର ତଥା ପ୍ରାଣଘାତୀ ରୋଗ ବ୍ୟାପିପାରେ । ସେତେବେଳେ ଅନେକ ଲୋକ ମୋ କଥାକୁ ମଜାରେ ଉଡ଼ାଇ ଦେଇଥିଲେ । ଆଜି ସେହି ଭୟଙ୍କର ରୋଗ ବିଶ୍ୱରେ ବ୍ୟାପିଛି । ସେ କହିଛନ୍ତି ଯେ, ଏବେ ଆଇସିସି ଯେଉଁସବୁ ଦିଗ ଉପରେ ବିଚାର କରୁଛି, ତାହା ମୁଁ ୧୧ ବର୍ଷ ତଳେ କହିଥିଲି । ମୁଁ ଚେତାଇ ଦେଇଥିଲି ଯେ, ଖେଳାଳିମାନଙ୍କ ଝାଳ ଏବଂ ପଡ଼ିଆରେ ଓ ଅନ୍ୟତ୍ର ଛେପ ପକାଇବା ଉପରେ ରୋକ୍ ଲଗାଯିବା ଆବଶ୍ୟକ । କାରଣ ଏହାଦ୍ୱାରା ଜଣେ ଖେଳାଳିଙ୍କଠାରୁ ଆଉ ଜଣେ ଖେଳାଳିଙ୍କୁ ରୋଗ ବ୍ୟାପିପାରେ । କିନ୍ତୁ ସେତେବେଳେ ମୋର ପରାମର୍ଶକୁ କେହି ଗ୍ରହଣ କରିନଥିଲେ । ଅନେକ ସମୟରେ ଦର୍ଶକମାନେ ଦେଖିଥିବେ ଯେ, ବୋଲରମାନେ ବାରମ୍ବାର ବଲରେ ଛେପ ଲଗାନ୍ତି । ଏହାକୁ ବନ୍ଦ କରିବା ପାଇଁ ସେତେବେଳେ ମୁଁ ବାରମ୍ବାର କହିଥିଲି । ଛେପକୁ ଏଭଳି ଭାବରେ ଉପଯୋଗ କରିବା ଆଦୌ ଠିକ୍ ନୁହେଁ । ଏ ସଂପର୍କରେ ମୁଁ ଆଇସିସିର ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲି । ସେହିପରି, ଖେଳାଳିମାନଙ୍କ ଦେହରୁ ବାହାରୁଥିବା ଝାଳ ଯେଭଳି ଅନ୍ୟ କାହା ଦେହରେ ନବାଜେ ସେଥିପ୍ରତି ସତର୍କ ଧ୍ୟାନ ଦେବାକୁ କହିଥିଲି । କାରଣ ଏହାଦ୍ୱାରା ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । ଆଜି ଯେଉଁ କରୋନା ଭାଇରସ୍ ସଂକ୍ରମଣ ଦେଖାଦେଇଛି ତାହା ଏହାର ଏକ ଉଦାହରଣ ବୋଲି ଅଖତର କହିଛନ୍ତି ।

hiranchal ad1
Leave A Reply

Your email address will not be published.

ten + 20 =