ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ

0 160

ଭୁବନେଶ୍ୱର:- ରାଜ୍ୟରେ କରୋନା ମୃତ୍ୟୁ ଦାଣ୍ଡବ କିଛି ଦିନ ଥମିଯାଇଥିବା ବେଳେ ଆଜି ୪୪ ନମ୍ବର କରୋନା ପୀଡିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ପଶ୍ଚିମବଙ୍ଗ ମେଦନପୁରରୁ ଆସି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର ଯୋଗେ ସୂଚନା ଦିଆଯାଇଛି ।

hiring

ସୂଚନାଯୋଗ୍ୟ ଯେ, ଦ୍ୱିତୀୟ କରୋନା ରୋଗୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ପ୍ରକାଶଥାଉକି ଆଜି ରାଜ୍ୟର ଭୁବନେଶ୍ୱର, ଢେଙ୍କାନାଳ, କଲାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲେଖାଏଁ କରୋନା ପୀଡିତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ଜଣ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

five × four =