କୋହଲି-ର୍ଡିଭିଲିୟର୍ସଙ୍କ ମିଳିତ ଭାରତ-ଦକ୍ଷିଣ ଆଫ୍ରିକା ଏକାଦଶରେ ଧୋନିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

0 97

ବାଙ୍ଗାଲୋର : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ସାଥୀ ଏବି ଡି\’ଭିଲିୟର୍ସଙ୍କ ଉଦ୍ୟମରେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଗଠିତ ୧୧ ଜଣିଆ ଦଳରେ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ବଛାଯାଇଛି । ଏହି ଦଳରେ ଭାରତର ସାତ ଜଣ ସାମିଲ୍ ହୋଇଥିଲା ବେଳେ ଦକ୍ଷିଣ ଆଫ୍ରିକାର ୪ ଖେଳାଳି ସାମିଲ୍ ହୋଇଛନ୍ତି । ସେହିପରି ପୂର୍ବତନ ପ୍ରଶିକ୍ଷକ ଗ୍ୟାରୀ କର୍ଷ୍ଟେନ ମିଳିତ ଏକାଦଶର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ମୋର ସବୁବେଳେ ତାଙ୍କ ପ୍ରତି ଗଭୀର ସମ୍ମାନ ରହିଛି, ସେ ସର୍ବଦା ଜଣେ ଭଦ୍ର ଓ ନମ୍ର ସ୍ୱଭାବର ବ୍ୟକ୍ତି, ଯିଏକି ଭଲ ଭାବେ ଚିହ୍ନିଛନ୍ତି ଓ ପଢ଼ିଛନ୍ତି ମଧ୍ୟ । ସେଥିପାଁ ତାଙ୍କୁ ଅଧିନାୟକ ବାଛିବାକୁ ମନସ୍ଥ କରାଯାଇଛି ବୋଲି ଡି\’ଭିଲିୟର୍ସ କହିଛନ୍ତି ।
ଅନ୍ୟପକ୍ଷରେ, କୋହଲି ଆର୍‌ସିବି ସହ ତାଙ୍କ ଲମ୍ବା ସମୟର ସଂପର୍କକୁ ନେଇ ବର୍ଣ୍ଣନା କରିଥିଲେ । ସେ କେବେବି ଏହି ଫ୍ରାଞ୍ଚାଇଜ୍‌କୁ ଛାଡ଼ିବାର ଇଚ୍ଛା କରନ୍ତିନି । ବରଂ ସେହି ଦଳକୁ ଆଇପିଏଲ୍ ବିଜେତା କରାଇବାର ଲାଳାସା କଥା କହିଥିଲେ କୋହଲି । ଏହା ମଧ୍ୟରେ ଆର୍‌ସିବି ସହ ୧୨ ବର୍ଷ ବିତିଗଲାଣି । ଅବଶ୍ୟ ଏହା ଏକ ଚମତ୍କାର ଯାତ୍ରା । ଏହି ଲମ୍ବା ଯାତ୍ରା ଅବସରରେ ଫ୍ରାଞ୍ଚାଇଜ୍ ମୋତେ ଯେଭଳି ଭଲ ପାଇବ ଓ ପତିଆରା ଦେଇଛି ସେଥିପାଇଁ ମୁଁ ଦଳ ଛାଡ଼ି ଚାଲିଯିବା କଥା କଦାପି ଚିନ୍ତା କରିପାରିବିନି ବୋଲି କୋହଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 17 =