ଅକ୍ଷୟ ତୃତୀୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

0 111

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଓଡିଶାର ଅଗଣିତ କୃଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଖିମୁଠି ଅନୁକୂଳ କରି ଚାଷବାସ କାର୍ଯ୍ୟରେ ଆଗେଇ ଯିବା ପାଇଁ ସେ ଶୁଭ ମନାସୀଛନ୍ତି । ନିଜର ଟ୍ୱିଟର ବାର୍ତ୍ତା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଅକ୍ଷୟ ତୃତୀୟ ଆମ ରାଜ୍ୟବାସୀ ବିଶେଷକରି ଚାଷୀ ଭାଇଭଉଣୀଙ୍କର ବଡ ପର୍ବ ।

hiring

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡାକଡି ପାଳନ କରିବା ସହ କୃଷିକାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟର ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେଉ ।

hiranchal ad1
Leave A Reply

Your email address will not be published.

13 + 4 =