ନୟାଗଡରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ

0 145

ଭୁବନେଶ୍ୱର : ନୟାଗଡ ଜିଲ୍ଲାରେ ନୟାଗଡମଣି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି । ରବିବାର ସେ ଦଳୀୟ କାର୍ଯ୍ୟାଳୟ ନିକଟରେ ସେ ସ୍ଥାନୀୟ ଜଣେ କୃଷକଙ୍କ ଜମିରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବିଧିବ୍ୟବସ୍ଥା ମଧ୍ୟରେ ପୂଜାପାଠ କରି ଅଖିମୁଠି ଅନୁକୂଳ କରିଥିଲେ । ମନ୍ତ୍ରୀ ଡକ୍ଟର ସାହୁ ନିଜେ ବିହୀନ ବୁଣିବା ସହିତ ହଳଲଙ୍ଗଳ ଧରି ଚାଷ କରିଥିଲେ । ଏହି ଅବସରରେ ସେ ରାଜ୍ୟର ଅଗଣିତ ଚାଷୀଭାଇମାନଙ୍କର ଶୁଭମନାସୀ ଚଳିତ ବର୍ଷ ସୁନାର ଫସଲ ଆମ ଚାଷୀଭାଇମାନେ ଫଳାନ୍ତୁ ବୋଲି ଶୁଭକାମନା କରିଥିଲେ । ସେ କହିଥିଲେ ଓଡିଶାର ପୁରପଲ୍ଲୀରେ ଚାଷୀ ଭାଇମାନେ କରୋନା ପାଇଁ ନିଜ ନିଜ ଚାଷ ଜମିରେ ଅତି ସାମାଜିକ ଦୂରତା ରକ୍ଷା କରି ଅଖିମୁଠି ଅନୁକୂଳ କରିଛନ୍ତି । ଏହା କରୋନା ବିରୋଧରେ ଚାଷୀମାନଙ୍କର ଲଢେଇ । ଏଥିରେ ଆମେ ସମସ୍ତେ ନିଶ୍ଚୟ ସଫଳ ହେବା ।

hiranchal ad1
Leave A Reply

Your email address will not be published.

nine + 4 =