ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

0 101

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବାର ଖବର ଆସିଛି । ରେଡ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଥିବା ଭୁବନେଶ୍ୱର ଆସନ୍ତା ଦିନରେ ଖୁବଶୀଘ୍ର ଗ୍ରୀନ ଜୋନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୁସ୍ଥ ହୋଇଥିବା ଏହି ବ୍ୟକ୍ତିଜଣକ ଭୁବନେଶ୍ୱରର । ସେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇନାହିଁ । ତାଙ୍କର ଅନ୍ୟ କିଛି ଅସୁସ୍ଥତା ଥିବାରୁ ଚିକିତ୍ସା ପରେ ଡିସଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି ।

hiranchal ad1
Leave A Reply

Your email address will not be published.

15 − one =