ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭୁବନେଶ୍ୱରରେ ପହଞ୍ଚିଲେ

0 145

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ପରିବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ ମହମ୍ମଦ ରଫିକଙ୍କ ନାମ ସୁପ୍ରିମକୋର୍ଟର କଲେଜିୟମ ସୁପାରିଶ କରିଛନ୍ତି । ସେ ୨୦୧୯ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏବେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ଶପଥ ଗ୍ରହଣ ଉତ୍ସବ ପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ।

hiranchal ad1
Leave A Reply

Your email address will not be published.

2 × 2 =