ଅଶ୍ୱିନଙ୍କ ଥଟାମଜା : ଗେଲ୍‌ଙ୍କ ଦୁଇ ପାଦ ବାନ୍ଧିଦିଅ

0 87

ଦୁବାଇ : ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଥିଲା । ପ୍ରତିବର୍ଷ କିଙ୍ଗିସ୍ ଏକାଦଶ ପଞ୍ଜାବ ପାଞ୍ଚ ୱିକେଟରେ ମ୍ୟାଚ୍ ଜିତିଥିଲା । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ବେଳେ ନିକୋଲାସ୍ ପୁରନ୍ କିନ୍ତୁ ସାଙ୍ଘାତିକ ବ୍ୟାଟିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚ୍ ପରେ ପଞ୍ଜାବର ସ୍ଥିତିରେ ଉନ୍ନତି ଘଟିଛି । ତେବେ ଦିଲ୍ଲୀ ମ୍ୟାଚ୍ ଜିତି ତା\’ର ସ୍ଥିତିକୁ ଅଧିକ ମଜବୁତ୍ କରିବ ବୋଲି ଯେଉଁ ଆଶା ରଖିଥିଲା, ତାହା ବିଫଳ ହୋଇଛି । ଏହା ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିଲେ ବି ପୂର୍ବାପେକ୍ଷା ସ୍ଥିତି କିଛିଟା ଦୁର୍ବଳ ହୋଇପଡ଼ିଛି । ମ୍ୟାଚ୍ ପରେ ସ୍ପିନର ଅଶ୍ୱିନ ୱେଷ୍ଟଇଣ୍ଡିଜ୍‌ର ଗେଲ୍‌ଙ୍କୁ ଲକ୍ଷ୍ୟ କରି ସୋଶିଆଲ୍ ମିଡ଼ିଆରେ ହାଲ୍‌କା ଥଟାମଜା କରିଛନ୍ତି । ଅଶ୍ୱିନ ଏକ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ସେ ଗେଲ୍‌ଙ୍କର ଯୋତା ଫିତା ବାନ୍ଧୁଥିବାର ଦୃଶ୍ୟ ରହିଛି । ସେଥିରେ ସେ କ୍ୟାପସନ୍ ଦେଇ କହିଛନ୍ତି ଯେ, ଏହି ଡେଭିଲ୍ (ଗେଲ୍‌) ସବୁବେଳେ ବେପରୁଆ ଓ ଦୁର୍ଦ୍ଧଷ । ତାଙ୍କୁ ବୋଲିଂ କରିବା ପୂର୍ବରୁ ତାଙ୍କର ଦୁଇ ପାଦକୁ ବାନ୍ଧିଦିଅ । ଅଶ୍ୱିନଙ୍କର ଏଭଳି ଥଟାମଜାପୂର୍ଣ୍ଣ ଟିପ୍ପଣୀ ଖେଳାଳିଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଛି । ଗେଲ୍ ମଧ୍ୟ ଏହାକୁ ହାଲ୍ ଭାବରେ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =