ବୋନସ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ : ଉପକୃତ ହେବେ ୩୦.୬୭ ଲକ୍ଷ କର୍ମଚାରୀ

0 99

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ପ୍ରୋତ୍ସାହନମୂଳକ ଘୋଷଣା କରିଚାଲିଛନ୍ତି । ପୂର୍ବରୁ କର୍ମଚାରୀମାନଙ୍କୁ ଏକକାଳୀନ ଅଗ୍ରିମ ବେତନ ଦିଆଯିବା ସହ ପୂଜା ଅଗ୍ରିମ ମଧ୍ୟ ଘୋଷଣା କରାଯାଇଛି । ଏବେ ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଆଉ ଏକ ବଡ଼ ଭେଟି ଦେଇଛନ୍ତି । ସେମାନଙ୍କୁ ବୋନସ ଦିଆଯିବ ବୋଲି ଘୋଷଣା କରାଯାଇଛି । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁର ହୋଇଛି । ଏହାଦ୍ୱାରା ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀ ଉପକୃତ ହେବେ । ଏଥିନିମନ୍ତେ ସମୁଦାୟ ୩, ୭୩୭ କୋଟି ବ୍ୟୟ ହେବ । କେନ୍ଦ୍ର କ୍ୟାବିନେଟ୍ ଉଭୟ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍ ବୋନସ୍‌’ ଏବଂ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍ ବୋନସ୍‌’ ଅନୁମୋଦନ କରିଥିବା କଥା ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡକର ଘୋଷଣା କରିଛନ୍ତି ।
ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ‘ଡାଇରେକ୍ଟ୍ ବେନିଫିଟ୍ ଟ୍ରାନ୍ସଫର୍‌’ ମାଧ୍ୟମରେ ବୋନସ୍ ଟଙ୍କା ପଠାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବାକୁ ଥିବା ଏହି ବୋନସ୍ ମଧ୍ୟବର୍ଗୀୟଙ୍କୁ ଖର୍ଚ୍ଚ ନିମନ୍ତେ ଉତ୍ସାହିତ କରିବା ।
ପ୍ରତିବର୍ଷ ଦଶହରା ପୂର୍ବରୁ ଏହି ବୋନସ୍ ଘୋଷଣା କରାଯାଇଥାଏ । କୋଭିଡ୍‌-୧୯ ଯୋଗୁଁ ଏ ବର୍ଷ ବୋନସ୍ ଘୋଷଣା ବାବଦରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅନିଶ୍ଚିତ ଥିଲେ । କିନ୍ତୁ, ବୁଧବାର ପର୍ଯ୍ୟନ୍ତ ବୋନସ୍ ଘୋଷଣା କରାଯାଇ ନ ଥିବାରୁ, ଏଥର ବୋନସ୍ ହରାଇବେ ବୋଲି ସରକାରୀ କର୍ମଚାରୀମାନେ ଆଶଙ୍କା କରୁଥିଲେ ।

hiranchal ad1
Leave A Reply

Your email address will not be published.

two × two =