କରୋନା ଭୟ, ଝରକା ବାଟରେ ଅଭିଯୋଗ ଶୁଣାଣୀ କରୁଛନ୍ତି ଡି.ଇ.ଓ

0 1,039

hiring

ବୌଦ୍ଧ,୨୨/୧୦ – କରୋନା ପାଇଁ ସାରା ବିଶ୍ବରେ ଭୟର ବାତାବରଣ ରହିଛି | କରୋନା ସମୟରେ କଣ ଓ କିପରି ଅନୁପାଳନ କରାଯିବ ସରକାର ସେ ସମ୍ପର୍କରେ ମାର୍ଗଦର୍ଶିକା ମଧ୍ୟ ଜାରୀ କରିଛନ୍ତି | ହେଲେ କରୋନା ସମୟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବିଭିନ୍ନ କାମରେ ଡି. ଇ. ଓ. କାର୍ଯ୍ୟାଳୟ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର୍ ଯେଉଁ ଅଭିନବ ଉପାୟ ଆପଣାଇଛନ୍ତି ତାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ପ୍ରକୋଷ୍ଠ ଝରକାର ଅପର ପାର୍ଶ୍ବରେ ଥିବା ଗୋଟିଏ ଗଳି ରାସ୍ତାରେ ସାକ୍ଷାତ ପାଇଁ ଆସୁଥିବା ଲୋକଙ୍କୁ ଠିଆ କରାଇ ଝରକା ଆର ପାଖରୁ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି l ସେଥିପାଇଁ ଆସୁଥିବା ଲୋକେ ନିଜକୁ ଅପମାନିତ ବୋଧ କରିବା ସହ ଏଭଳି ବ୍ୟବହାରକୁ ନିନ୍ଦା କରୁଛନ୍ତି | ବଛା ବଛା କିଛି ଲୋକ ମାନଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ଅନୁମତି ମିଳୁଥିବା ବେଳେ ବିଶେଷ ଭାବରେ ଶିକ୍ଷକ ଶିକ୍ଷୟତ୍ରୀ ଓ ସାଧାରଣ ଲୋକଙ୍କୁ ଜେଲ୍ ମଧ୍ୟରେ କଏଦୀ ମାନଂକ ସହ କଥାବାର୍ତ୍ତା ହେବା ଭଳି ବ୍ୟବହାର କରିଥାଆନ୍ତି ବୋଲି ଅଭିଯୋଗ ହୁଏ | କୋଭିଡ କଟକଣା ମଧ୍ୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ମାସ୍ଜ ପିନ୍ଧି, ସାମାଜିକ ଦୁରତା ରଖି ଓ ହାତ ସାନିଟାଇଜ୍ ହୋଇ ସାଧାରଣ ଲୋକ ଅନାୟାସରେ ସାକ୍ଷାତ କରି ପାରୁଛନ୍ତି ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଏ ପ୍ରକାର କଟକଣାର କାରଣ କୋଭିତ ନୁହେଁ ଅନ୍ୟ କିଛି ବୋଲି ଆଲୋଚନା ହେଉଛି l ଦୁର୍ନୀତିର ଗନ୍ତାଘର ସାଜିଥିବା ଉକ୍ତ କାର୍ଯାଳୟ କୋଭିତ କୁ ଢାଲ କରି ଲୋକଙ୍କ ସମସ୍ୟାକୁ ଆଡେଇ ଦେବା ସଂଗେ ସଂଗେ ଭିଜିଲାନସ୍ ଜାଲରୁ ବର୍ତ୍ତିବାକୁ ଅଭିନୟ ଉପାୟ ବାହାର କରିଥିବା ଜିଲ୍ଲାରେ ଆଲୋଚନା ହେଉଛି l ଲୋକଙ୍କ ପ୍ରତି ହେଉଥିବା ଏଭଳି ବ୍ୟବହାରକୁ ଜନସାଧାରଣରେ ନିନ୍ଦା କରାଯିବା ସହ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଉଛି l

hiranchal ad1
Leave A Reply

Your email address will not be published.

3 × three =