ବୌଦ୍ଧ : ପୋଲିସ୍ କର୍ମଚାରୀ ଓ ଶିକ୍ଷକଙ୍କ ଘରୁ ଚୋରୀ

0 3,015

ବୌଦ୍ଧ,୨୨/୧୦ – ଗତ ରାତିରେ ବୌଦ୍ଧ ସହର ଅନ୍ତର୍ଗତ ରାଜନପାଲି ଛକ ନିକଟ ମଦଭାଟି ସାମ୍ନା ସାହିରେ ରହୁଥିବା ପୋଲିସ ଦମ୍ପତିଙ୍କ ଘରୁ ଓ ଜଣେ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ନଗଦ ଟଂକା ଓ ସୁନା ଗହଣା ଚୋରୀ ହୋଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ପୋଲିସ୍ କର୍ମଚାରୀ ସୁଶାନ୍ତ କୁମାର ନାଏକ ଓ ତାଙ୍କର ପତ୍ନୀ କଟକକୁ ସରକାରୀ ଡିଉଟିରେ ଯାଇଥିଲେ l ଗତ ରାତି ପ୍ରାୟ 2 ଘଣ୍ଟା ସମୟରେ କଟକରୁ ଫେରି ଦେଖି ଥିଲେ ଘରର ତାଲା ଖୋଲା ରହିବା ସହ ଆଲମାରୀ ଭଙ୍ଗା ହୋଇଛି | ଜି. ପି. ଏଫ.ରୁ ଉଠାଣ କରିଥିବା ଟଂକା ସହ ମିଶି ରଖିଥିବା ପ୍ରାୟ 3 ଲକ୍ଷ ଟଂକା ଓ ପରିବାର ସଦସ୍ୟଙ୍କ ପ୍ରାୟ 5 ଭରି ସୁନା ଚୋରୀ ହୋଇ ଯାଇଛି l
ସେହିପରି ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କର ପଡୋଶୀ ବଢିଗାଁ ହାଇସ୍କୁଲର ଶିକ୍ଷକ ପଦୀପ୍ ସେଠୀଙ୍କ ଘର କବାଟ ଭାଙ୍ଗି ନଗଦ 50 ହଜାର ଟଙ୍କା ଓ ସୁନା ଚୁଡ଼ି ଚୋରୀ ହୋଇଥିବା ଅଭିଯୋଗ ହୋଇଛି | ପୋଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

7 − 2 =