ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ କିଟ୍ ଚମ୍ପିଆନ୍‌

0 112

ଯାଜପୁର : ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, କିଟ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶା ଭଲିବଲ ଆସୋସିଏସନର ସାଧାରଣ ସମ୍ପାଦକ ଡ଼. ଗଗନେନ୍ଦୁ ଦାଶ ଏହି ଭଲିବଲ ଟୁନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଊଦଘାଟନ କରିଥିଲେ । ଏହି ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂପୁର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଭଲିବଲ ଦଳ ଭାଗନେଇଥିଲେ । ଫାଇନାଲରେ ଯାଜପୁର ଭଲିବଲ ଦଳ ଓ କିଟ୍ ଭଲିବଲ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହୋଇଥିଲା । ଶେଷରେ କିଟ୍ ଭଲିବଲ୍ ଟିମ୍ ବିଗତ ବର୍ଷର ଚମ୍ପିଆନ ଯାଜପୁର ଟିମ୍‌କୁ ୨-୦ ରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × one =